ଟାଟା ପାୱାରର ମନୋମୁଖୀକୁ ନେଇ ପ୍ରତିବାଦ

ବରଗଡ: ଓଡ଼ିଶାରେ ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ଓଡ଼ିଶାବାସୀ ଅଧିକ ବିଦ୍ୟୁତ ବିଲ୍ ଦେଉଛନ୍ତି । ଓଡିଶାରେ ବିଦ୍ୟୁତ ବଶ୍ଚନ ଭାର ନେଇ ଥିବା ଟାଟା ପାୱାରର ମନୋମୁଖୀ କାରବାର ପ୍ରତିବାଦ ତଥା ଚାଷୀଙ୍କୁ ବିଦ୍ୟୁତ ଛାଡ଼ ଦାବୀ ନେଇ ବିଦ୍ୟୁତ ଏସଡିଓଙ୍କ ଅଫିସ କୁ ଘେରାଓ କରାଯାଇଛି। । ବରଗଡ ଜିଲ୍ଲା ଭେଡ଼େନ ଠାରେ ଥିବା ଏସଡିଓଙ୍କ ଅଫିସକୁ ଘରାଓ କରିଛି ଭେଡ଼େନ ବ୍ଲକ କୋଶଲ ସେନା । ଏହା ସହିତ ତିନି ଦଫା ଦାବୀ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।
ବିଜୁଳି ବିତରଣ କମ୍ପାନୀ ଟାଟା ପାୱାର ର ମନମୁଖୀ କାର୍ଯ୍ୟକୁ ବିରୋଧ । ଏନେଇ ଭେଡେନ ବ୍ଲକ କୋଶଳ ସେନା ପକ୍ଷରୁ ଏକ ବିରଟ ଶୋଭାଯତ୍ରା ବାହାରି ଟାଟା ପାୱାର ଏସଡିଓ ଙ୍କ କାର୍ଯ୍ୟାଳୟରେ ପହଁଚି ଥିଲେ। ଅଞ୍ଚଳର ଶହଶହ ଚାଷୀ, ଜନସାଧାରଣ ସାମିଲ ହୋଇ ଟାଟା ପାୱାର ବିରୋଧରେ ଗର୍ଜି ଥିଲେ। ଟାଟା ପାୱାର କମ୍ପାନୀ ଲୋକଙ୍କ ଠାରୁ ଅନାଦେୟ ବିଲ ସଂଗ୍ରହ କରିବା ସହ ଅଘୋଷିତ ବିଦ୍ୟୁତ କାଟ କରୁଥିବା ଯୋଗୁଁ ଏହାର ଘୋର ବିରୋଧ କରାଯାଛି। ତିନି ଦଫା ସମ୍ମିଳିତ ଏକ ଦାବୀ ପତ୍ର ଏସଡିଓ ପ୍ରଦୀପ୍ତ ଷଡଙ୍ଗୀଙ୍କୁ ପ୍ରଦାନ କରାଯାଇଛି। ସମସ୍ତ ଗ୍ରାହକଙ୍କ ବକେୟା ଲାଇନ ବିଲ ପୂରା ଛାଡ଼ କରାଯିବା, ଚାଷକାର୍ଯ୍ୟରେ ଯେତେ ବିଦ୍ୟୁତ ଖର୍ଚ୍ଚ ହେବ ତାହା ଛାଡ଼ କରାଯାଉ ଏବଂ ବୃଦ୍ଧି ପାଇଥିବା ବିଦ୍ୟୁତ ଦରକୁ କମାଯାଉ ବୋଲି ଦାବୀ ପତ୍ରରେ ଉଲ୍ଲେଖ ରହିଛି । ମ ବୋଲି କୋଶଲ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି ।
ଓଡ଼ିଶାରେ ବିଦ୍ୟୁତ୍ ଉତ୍ପାଦିତ ହେଉଥିଲେ ମଧ୍ୟ ଏଠାରେ ଗ୍ରାହକଙ୍କ ଠାରୁ ଅଧିକ ବିଲ ଅସୁଲି କରାଯାଉଛି, ଯାହାକୁ କୋଶଳ ସେନା ବରଦାସ୍ତ କରିବ ନାହିଁ ବୋଲି କହିଛି ।ଏନେଇ ଏସଡିଓଙ୍କୁ ପଚରାଯିବାରୁ ସେ କୋଶଳ ସେନାର ଦାବୀ ପତ୍ର ଉପରିକ୍ତ ଅଧିକାରୀଙ୍କ ପାଖକୁ ପଠେଇ ଦିଆଯାଇଛି ବୋଲି କହିଛନ୍ତି ।
ଟାଟା ପାୱାର କମ୍ପାନୀର ଜୁଲୁମ ଏବେ ଲୋକଙ୍କ ମନରେ ନିଆଁ ହୋଇ ହୁତୁ ହୂତୁ ହୋଇ ଜଳିବାକୁ ବସିଥିବା ବେଳେ ବେଳ ଥାଉ ଏନେଇ ପଦକ୍ଷେପ ନିଆନଗଲେ ପରିସ୍ଥିତି ଭୟାବହ ହେବାର ଆଶଙ୍କା ରହିଛି ।
ଧ୍ରୁବକର୍ମୀଙ୍କ ରିପୋର୍ଟ