ଓଡ଼ିଶା

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭବାନୀପାଟନା: ଭିଟାମାଟି ବଞ୍ଚେଇବା ପାଇଁ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଧାରଣା । ଭବାନୀପାଟଣା ଦେବାନ ସାହେବ ପଡ଼ାରେ ରାହୁଥିବା ସୁବର୍ଣି ସାହୁଙ୍କ ପରିବାରକୁ ଘର ଛାଡ଼ିଦେବା ପାଇଁ ପ୍ରଶାସନ ଚାପ ପକାଉଥିବି ଅଭିଯୋଗ। ଏହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ପରିବାରବର୍ଗ। ସୂଚନା ଅନୁଯାୟୀ ଭବାନୀପାଟଣା ଦେବାନ ସାହେବ ପଡ଼ାର ସୁବର୍ଣ୍ଣି ସାହୁଙ୍କ ପରିବାର ବସବାସ କରନ୍ତି। ଏହି ପରିବାର ଅତି ଗରିବ ଶ୍ରେଣୀର। ତେଣୁ ସେମାନଙ୍କୁ ତହସିଲଦାର ଘର ନିର୍ମାଣ ପାଇଁ ପଟ୍ଟା ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଧ୍ୟ ଯୋଗାଇ ଦିଆଯାଇଥିଲା। କିନ୍ତୁ ଏବେ ସେହି ଘରକୁ ସ୍ଥାନୀୟ ପ୍ରଶାସନ ତାଙ୍କର ନ ଥିବା କହିବା ସହ ତାଙ୍କଠାରୁ ଘର ହଡପ କରିବାକୁ ଚେଷ୍ଟା ଚଳାଇଛି ବୋଲି ଅଭିଯୋଗ ହୋଇଛି। ବର୍ତ୍ତମାନ ସେହି ଘରକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଛନ୍ତି । ନ୍ୟାୟ ପାଇଁ ପରିବାର ଲୋକେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେମାନଙ୍କ ଦାବି ପୂରଣ ନ ହେଲେ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି।

Leave a Reply

Your email address will not be published.

Back to top button