ଜୟପୁର : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବୈପାରିଗୁଡା ବ୍ଳକ୍ କମିଟି ପକ୍ଷରୁ ଆଜି ଏକ ବିରାଟ ପଟୁଆରରେ ସହର ପରିକ୍ରମା କରିବା ପରେ ତହସିଲଦାରଙ୍କ ଅଫିସ୍ ସମ୍ମୁଖରେ ପହଞ୍ଚି ଦଖଲ ଜମିର ପଟ୍ଟା ଦାବି କରି ଲିଖିତ ଆବେଦନ ପତ୍ର ତହସିଲଦାର ସ୍ନିଗ୍ଧା ରାଣୀ ଚୌଧୁରୀଙ୍କୁ ପ୍ରଦାନ କରିଥିଲେ । ସ୍ଥାନୀୟ ଲକ୍ଷ୍ମଣ ନାୟକ ପାଠାଗାର ଠାରୁ ପ୍ରାୟ ପାଞ୍ଚ ଶହରୂ ଉର୍ଦ୍ଧ୍ୱ କର୍ମୀ ସିପାଆଇ ଝଣ୍ଡା ଧରି ସହର ପରିକ୍ରମା କରିବା ପରେ ତହସିଲ ଅଫିସ ରେ ପହଞ୍ଚିଥିଲେ । ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଦଖଲ ଜମାର ପଟ୍ଟା ଦେବା ଓ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା । ତହସିଲଦାର ମହୋଦୟା ଦାବି ପତ୍ର ଗ୍ରହଣ କରି ଆଶ୍ୱାସନା ଦେଇଥିଲେ ଯେ ତୁରନ୍ତ ଏସବୁର ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବେ । ଆଜିର ବିକ୍ଷୋଭ ପଟୁଆର ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ରାଉଳ, ଜୋନ୍ ସମ୍ପାଦକ ବୁଦ୍ରା ବଡନାୟକ, ସହ ସମ୍ପାଦକ ଲୈଛନ ମୁଦୁଲି, ନନ୍ଦ ହରିଜନ, ନରସିଂହ କମାର, ରାମ ଖିଲ, ସାଇବ ପାଙ୍ଗି, ନୀଳକଣ୍ଠ କମାର ପ୍ରମୁଖ ନେତୃତ୍ୱ ନେଇଥିଲେ । ସମବେତ ପାର୍ଟି କର୍ମୀଙ୍କୁ ଉଦବୋଧନ ଦେଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି କହିଥିଲେ ଯେ ଦାବି ହାସଲ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ଏବଂ ଆଗାମୀ ସେପ୍ଟେମ୍ବର -୧ ତାରିଖ କୃଷକ ସଭା ପ୍ରତିଷ୍ଠା ଦିବସ ରେ ବୈପାରିଗୁଡା ଠାରେ ବିଶାଳ କୃଷକ ସମାବେଶ ଆୟୋଜନ କରି ଜମି ଜଳ ଜଙ୍ଗଲ ଉପରେ ଆଦିବାସୀ ହରିଜନ ଗିରିଜନ ମାନଙ୍କ ଅଧିକାର ସାବ୍ୟସ୍ତ ପାଇଁ ଲଢେଇର ଆହ୍ୱାନ ଦିଆଯିବ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now