ଦୟା ନଦୀର ଦୂଷିତ ଜଳ ବ୍ୟବହାର କରି କଣାସରେ ଝାଡ଼ାବାନ୍ତି ଓ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ଆସନ୍ତା ୩ ତାରିଖରେ ହାଜର ହେଵାକୁ ପ୍ରତିପକ୍ଷକୁ ନୋଟିସ । ମାନବଧୀକାର କମିଶନ୍ ର ୨୮୧/୨୦୨୫ରେ କେଶ ଦାୟର ହୋଇ ଥିବାବେଳେ ଶୁଣାଣି ବେଳେ ସ୍ୱାସ୍ଥ୍ୟ ସଚିବ, ଜଳସମ୍ପଦ ସଚିବ, ପଞ୍ଚାୟତିରାଜ ସଚିବ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପୁରୀ ଜିଲ୍ଲାପାଳଙ୍କୁ ସମନ ହୋଇଥିଲା। କିନ୍ତୁ କେହି ଉପସ୍ଥିତି ହେଲେ ନାହିଁ। କମିଶନ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି । ମାର୍ଚ୍ଚ ୩ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି। ଵେକ୍ତିଗତ ହାଜର ହେବାକୁ ସ୍ୱାସ୍ଥ୍ୟ ବିଭାଗ, ଜଳସମ୍ପଦ ବିଭାଗ, ପଞ୍ଚାୟତ ରାଜ ବିଭାଗ,ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,ପୁରୀ ଜିଲ୍ଲା ପାଳଙ୍କୁ ସମନ କରିଛନ୍ତି ମାନ୍ୟବର କମିଶନର । ସରକାରଙ୍କ ଦାୟିତ୍ୱହୀନତା ପାଇଁ ୭ଟି ନିରୀହ ଜୀବନ ଚାଲି ଯାଇଛି ବୋଲି ଆବେଦନକାରୀ ଅଭିଯୋଗ ଆଣିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now