ପୁରୀ : ଫେବର୍ ବ୍ଲକ୍ ରାସ୍ତା ନିର୍ମାଣରେ ଅନିୟମିତତା ଉପରେ ଆପ୍ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଫେବର୍ ବ୍ଲକ୍ ରାସ୍ତା ନିର୍ମାଣ ସମୟରେ ନିୟମକୁ ଉଲଂଘନ କରି କଂକ୍ରିଟ ରାସ୍ତା ଉପରେ ସିଧାସଳଖ ଫେବର୍ ବ୍ଲକ୍ ପକେଇ ରାସ୍ତା ନିର୍ମାଣ ହେଇଥିଲା । ଫେବର୍ ବ୍ଲକ୍ ପକେଇ ଭୂତଳ ଜଳ ସଂରକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିବା ବେଳେ ପୁରୀ ପୌରପାଳିକା ନିଜର ମନ ମାନି କରି ନିୟମର ଉଲଂଘନ କରି କଂକ୍ରିଟ ଉପରେ ପକେଇଛି । ଯାହାକୁ ଆପ୍ ର ୟୁଥ୍ ୱିଂ ପୂର୍ବରୁ ବାରମ୍ବାର ବିରୋଧ କରିବା ପରେ ମଧ୍ୟ ଅନିୟମିତତାରେ ରାସ୍ତା ନିର୍ମାଣ ହୋଇଥିଲା, ଯାହାର ପ୍ରଭାବ ବର୍ଷେ ନପୁରୁଣୁ ଦେଖିବାକୁ ମିଳୁଛି । ପୁରୀର ବିଭିନ୍ନ ରାସ୍ତା ବର୍ତ୍ତମାନ ଖାଲଖମାରେ ଭର୍ତ୍ତି । ପ୍ରାୟତଃ ସବୁ ଫେବର୍ ବ୍ଲକ୍ ରାସ୍ତା ଖରାପ ହୋଇଯାଇଛି । ଆପ୍ ଆନ୍ଦୋଳନ କରିବା ପରେ ନବକଳେବର ରାସ୍ତା ଏବଂ ଚକ୍ରତୀର୍ଥ ରାସ୍ତା ନିର୍ମାଣ ହୋଇଥିଲା ।ନବକଳେବର ରାସ୍ତା ହେଉ କି ଚକ୍ରତୀର୍ଥ ରାସ୍ତା ସବୁ ରାସ୍ତାରେ ବର୍ଷେ ନପୁରୁଣୁ ବିରାଟ ବିରାଟ ଖାଲ ସୃଷ୍ଟି ହୋଇଛି । ସ୍ଵରେଜ୍ କାମ ପାଇଁ ରାସ୍ତା ଖରାପ ହେବା ସରକାରୀ ଅଧିକାରୀଙ୍କ ବିବୃତି ସମସ୍ତଙ୍କୁ ଚକିତ ସହ ଭୟର ବାତାବରଣ ସୃଷ୍ଟି କରିଛି ବୋଲି ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି କହିଛନ୍ତି। କାରଣ ଯଦି ସ୍ଵରେଜ ପାଇଁ ଚକ୍ରତୀର୍ଥ ରାସ୍ତା ଏଭଳି ଅବସ୍ଥା ତେବେ ପୁରୀର ସମସ୍ତ ରାସ୍ତାରେ ସ୍ଵରେଜ୍ କାମ ହେଇଛି ତେବେ ସେ ରାସ୍ତା ବିପଦସଙ୍କୁଳ ବୋଲି କହିଛନ୍ତି ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି । ରାସ୍ତା କାମକୁ ନେଇ ଆପ୍ ୟୁଥ୍ ଟିମ୍ ବହୁ ଜଲ୍ଦୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ କହିଛନ୍ତି । ପୌରପାଳିକାର ଫେବର୍ ବ୍ଲକ୍ କାମ ଅନିମିୟତତା ବିରୁଦ୍ଧରେ ଆପ୍ ଆଜି ନାୟାଳୟର ଦ୍ଵାରସ୍ଥ ହେବ ବୋଲି ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି । ପୁରୀ ପୌରପାଳିକାରେ ଜନ ପ୍ରତିନିଧି ନଥିବାରୁ ଏଭଳି ଦୁର୍ନୀତି ପୁରୀରେ ହେଉଛି ଏବଂ ସାଧାରଣ ନିର୍ବାଚନ ପୂର୍ବରୁ ପୌରପାଳିକା ନିର୍ବାଚନ କରିବା ପାଇଁ ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି । ଆଜିଠୁ ପୁରୀ ପୌରପାଳିକାର ସବୁ ୱାର୍ଡରେ ଘର ଘର ବୁଲି ପୌରପାଳିକା ନିର୍ବାଚନ ପାଇଁ ସଚେତନତା ଯାତ୍ରା ଆରମ୍ଭ କରାଯିବ ବୋଲି ଜିଲ୍ଲା ସଭାପତି କହିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now