ଅଣ ଉଦ୍ଘାଟିତ ହୋଇ ରହିଲା ମାର୍କେଟ କମ୍ପ୍ଲେକ୍ସ

Spread the love

ପୁରୀ : ସହରବାସୀ ଆଶା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ସମୀକ୍ଷା ବୈଠକ ପାଇଁ ପୁରୀ ଆସିଲେ ବହୁ ପ୍ରତିକ୍ଷିତ ତିନୋଟି ମାର୍କେଟ କମ୍ପ୍ଲେକ୍ସ ଉଦ୍ଘାଟିତ ହେବ । ବଡ଼ଦାଣ୍ଡରୁ ଓ ଐତିହ୍ୟ କରିନର ମଧ୍ୟରେ ଭଙ୍ଗା ଯାଇଥିବା ଦେକାନ ଗୁଡ଼ିକୁ ଏହି ମାର୍କେଟ କମ୍ପ୍ଲେକ୍ସରେ ଥଇଥାନ କରାଯିବ । ଆଜି ସମସ୍ତ ଆଶା ଧୂଳିସାତ ହୋଇଛି । ବହୁ ବିବାଦ ଯୋଗୁଁ ମାର୍କେଟ କମ୍ପ୍ଲେକ୍ସର ଉଦଘାଟନ ହେବାରେ ବାଧା ସୃଷ୍ଟି ହୋଇଥିବା ଆଲୋଚିତ ହୋଇଛି । ଯେଉଁମାନଙ୍କ ଦୋକାନ ଗୃହ ନଥିଲା ସେମାନେ ମଧ୍ୟ ଦୋକାନ ଗୃହ ପାଇଥିବା ଶୁଣିବାକୁ ମିଳୁଛି । କିଛି ପ୍ରଭାବଶାଳି ନେତା, ଯନ୍ତ୍ରୀ, ଅଧିକାରୀ ଓ ସାମ୍ବାଦିକ କିଛି ଦୋକାନ ଗୃହ ଅନ୍ୟନାମରେ କରାଇଥିବା ସହରରେ ଆଲୋଚନା ହେଉଛି । ଏଥିରେ ଦୁର୍ନିତୀର ର୍ଦୁଗନ୍ଧ ରହିଥିବା ଅନୁମାନ କରାଯାଉଛି ବୋଲି ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ମାର୍କେଟ ଛକ,ମୋଚି ସାହି ଛକ ଓ ଜେଲ ରୋଡ଼ ମାର୍କେଟ କମ୍ପ୍ଲେକ୍ସକୁ ଉଦ୍ଘାଟନ ରିବା ପାଇଁ ସହରବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *