୨୧ ରେ ଘରୋଇ ବିଦ୍ୟାଳୟ ବନ୍ଦକୁ ପୁରୀ ଜିଲ୍ଲା କମିଟିର ସମର୍ଥନ

Spread the love

ପୁରୀ : ଘରୋଇ ବିଦ୍ୟାଳୟ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ବିରୋଧ ସମେତ ସରକାରୀ ବିଦ୍ୟାଳୟ ଭଳି ଘରୋଇ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ, ନିଶୁଳ୍କ ପାଠ୍ୟ ପୁସ୍ତକ, ପୋଷାକ, ସାଇକେଲ ଯୋଗାଣ ଆଦି ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ପ୍ରଦାନ, ଭଡାଘରେ ଚାଲୁଥିବା ବିଦ୍ୟାଳୟକୁ ସ୍ୱିକୃତି ଦେବା ଭଳି ଅନେକ ଦାବି ହାସଲ ନିମନ୍ତେ ଅଲ୍ ଓଡିଶା ବେସରକାରୀ ସ୍କୁଲ ସଂଗଠନ(ଆପୋଶା) ଡାକରାରେ ଆସନ୍ତା ୨୧ ତାରିଖରେ ସମସ୍ତ ଘରୋଇ ବିଦ୍ୟାଳୟ ବନ୍ଦକୁ ପୁରୀ ଜିଲ୍ଲା କମିଟି ପକ୍ଷରୁ ପୂର୍ଣ୍ଣ ସମର୍ଥନ ସହିତ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ବିକ୍ଷୋଭ ସମାବେଶରେ ସାମିଲ ହେବା ନିମନ୍ତେ ବିଧିବଦ୍ଧ ନିଷ୍ପତି ନିଆଯାଇଛି ।

“ଆପୋଶା” ପୁରୀ ଜିଲ୍ଲା କମିଟିର ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବଡ଼ଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ କମିଟି ଅଧ୍ୟକ୍ଷ ସତ୍ୟ ମିଶ୍ର ଯୋଗଦେବା ସହ ପୁରୀ ଜିଲ୍ଲା କମିଟି କର୍ମକର୍ତା ମହେନ୍ଦ୍ର ବିଶୋଇ, ବିମଳ ଦାଶ,ବିଜୟ କୁମାର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ ବୈଠକରେ ନିମାପଡ଼ା, ଗୋପ, ପିପିଲି, ସତ୍ୟବାଦୀ, ଡେଲାଙ୍ଗ, କଣାସ, ବ୍ରହ୍ମଗିରି, ପୁରୀ ସଦର ଏବଂ ସହରାଞ୍ଚଳର ଶତାଧିକ ଶିକ୍ଷକ ପ୍ରତିନିଧି ଯୋଗଦେଇଥିଲେ ।

ବୈଠକରେ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ, ଲକ୍ଷ୍ମୀଧର ମାଝୀ, ବିଜୟ ମିଶ୍ର, ଯୋଗେନ୍ଦ୍ର ମହାପାତ୍ର, ହରିହର ନାୟକ, ବିଶ୍ୱଜିତ୍ ରାୟ, ରାଜେଶ କୁମାର ଜେନା, ମଧୁସ୍ମିତା ନାଥଶର୍ମା, ଚୌଧୁରୀ ପ୍ରତାପ କୁମାର ସାହୁ, ପରୀକ୍ଷିତ ଦାସ, ବିଶ୍ୱଭୂଷଣ ବିଶ୍ୱାଳ, ହରେ ରାମ କୃଷ୍ଣ ଜେନା, ପ୍ରଦୀପ କୁମାର ଶତପଥୀ, କାଳନ୍ଦୀ ଚରଣ ପଲେଇ, ରାଜଲକ୍ଷ୍ମୀ ପ୍ରଧାନ, ଭରତ ଭୂଷଣ ଦାସ ପ୍ରମୁଖ ଉଦବୋଧନ ଦେଇ ବେସରକାରୀ ସ୍ତରରେ ଗଢି ଉଠିଥିବା ବିଦ୍ୟାଳୟ ଗୁଡ଼ିକୁ ସରକାର ଜାଣିଶୁଣି ଅବହେଳା ପ୍ରଦର୍ଶନ ସହ ସାବତ ପୁଅ ଭଳି ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ । ସଂଘର ଏକତା ବୃଦ୍ଧି ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ଆସନ୍ତା ୨୧ ତାରିଖ ଦିନ ବିଦ୍ୟାଳୟ ବନ୍ଦ ରଖି ଭୁବନେଶ୍ୱର ବିକ୍ଷୋଭ ସମାବେଶରେ ସାମିଲ ହେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଶେଷରେ ରବି ନାରାୟଣ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *