Malkangiri

ସିରିପେଟା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ମାଲକାନଗିରି : ଖଇରପୁଟ ବ୍ଲକ ଅନ୍ତର୍ଗତ ସିରିପେଟା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା କିପରି ସୁରୁଖୁରୁରେ ହୋଇପାରିବ ସେନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଚଳିତ ରଥଯାତ୍ରା ନିମନ୍ତେ ନୂତନ ରଥ ନିର୍ମାଣର ପ୍ରକ୍ରିୟା ଆସନ୍ତା ଜୁନ ୪ ତାରିଖ ମଧ୍ୟରେ ସାରିବାକୁ ନିଷ୍ପତି ହୋଇଥିଲା ଓ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ ନିମନ୍ତେ ଏକ କମିଟି ଗଠନ କରାଯାଇଛି । ଆଜିର ଏହି ପ୍ରସ୍ତୁତି ବୈଠକରେ ମନ୍ଦିରର ମୁଖ୍ୟ ପୂଜକ ବିଜୟାନନ୍ଦ ପଣ୍ଡା, ମନ୍ଦିର କମିଟିର ସଭାପତି ସନାତନ ମାଢ଼ି, ଉପ ସଭାପତି ସହଦେବ ଶିଶା, ଭଗତ ମାଢ଼ି, ଅର୍ଜୁନ ଓଡୀ, ଭଗବାନ ସାହୁଙ୍କ ସହ ମନ୍ଦିର କମିଟି ସଦସ୍ୟ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ରଥଯାତ୍ରାକୁ ସୁଗମ ଓ ବ୍ୟବସ୍ଥିତ କରିବା ପାଇଁ ନିଷ୍ପତି ନେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button