ରଥଯାତ୍ରା ପାଇଁ ଆକର୍ଷଣୀୟ ହେଉଛି ସିଂହଦ୍ଵାର ରଥପଥ

Spread the love

ପୁରୀ : ବ୍ରହ୍ମାଣ୍ଡ ଠାକୁରଙ୍କ ବିଶ୍ଵବିଖ୍ୟାତ ରଥଯାତ୍ରା ଜୁନ ୨୦ରେ । ଭକ୍ତ, ସେବାୟତ ଓ ଅଧିକାରୀମାନେ ଉତ୍କଣ୍ଠାର ସହ ଚାହିଁଛନ୍ତି କେତେବେଳ ଠାକୁର ରଥାରୁଢ ହେବେ । ରଥ ଓ ପଥ ଏବେ ଆକର୍ଷଣୀୟ କରାଯାଉଛି । ସିଂହଦ୍ଵାର ଠାରୁ ଶ୍ରୀନଅର ପର୍ଯ୍ୟନ୍ତ ଚଟାଣକୁ ବିଭିନ୍ନ ଫୁଲ, ଝୋଟି ଓ ରଙ୍ଗରେ ଡ଼ାଳି ପକାଯାଉଛି । ଉତ୍କଳୟୀ ପରମ୍ପରାର ନିଛକ କଳାକୌଶଳ ଦେଖିବାକୁ ମିଳିଛି । ଝୋଟି ଚିତା, ଫୁଲ ଓ ଡ଼ାଳି କରୁଛନ୍ତି ଚିତ୍ରଶିଳ୍ପୀମାନେ । ଭୁବନେଶ୍ଵର ଆର୍ଟ କଲେଜର ପୂର୍ବତନ ପ୍ରଫେସର ଗଜେନ୍ଦ୍ର ସାହୁଙ୍କ ତତ୍ଵାବଧାନରେ ୧୮ଜଣ ଚିତ୍ରଶିଳ୍ପୀ ଚିତ୍ର ଆଙ୍କିବାରେ ନିମଗ୍ନ ଅଛନ୍ତି । ଚଟାଣ ଉପରେ ପ୍ରଥମେ ପ୍ରାଇମର ଦେଇ ତା’ ଉପରେ ଟେରାକୋଟା ପକାଯାଉଛି । ପରେ ନାଲି, ହଳଦିଆ, ଧଳା ରଙ୍ଗରେ ଝୋଟି ଚିତା ଓ ଫୁଲ ଅଙ୍କା ଯାଉଛି । ଚିତ୍ରଶିଳ୍ପୀମାନେ କେନ୍ଦୁଝର, ଭଦ୍ରକ, ବାଲେଶ୍ଵର, ପୁରୀ, ଭୁବନେଶ୍ଵରରୁ ଆସିଛନ୍ତି । ମହାପ୍ରଭୁଙ୍କୁ ଏହି ସେବା ଯୋଗାଇ ଦେଇ ନିଜକୁ ଧନ୍ୟ ମଣିଛନ୍ତି ।

Leave a Reply

Your email address will not be published. Required fields are marked *