ଦକ୍ଷତା ପ୍ରଦର୍ଶନ ମେଳା ଅନୁଷ୍ଠିତ

Spread the love

ପୁରୀ : ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଏକ ଦକ୍ଷତା ପ୍ରଦର୍ଶନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ନିୟୋଜନ ଅଧିକାରୀ ସୁବାସ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଦକ୍ଷତା ବିକାଶ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

୫୦ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ୩୦ ରୁ ଉର୍ଦ୍ଧ୍ଵ ପ୍ରୋଜେକ୍ଟ ପ୍ରଦର୍ଶନ କରିଥିଲେ । ବିଭିନ୍ନ ଅଦରକାରୀ ପଦାର୍ଥକୁ ନେଇ ଏକ ବ୍ୟବହାର ଉପଯୋଗୀ ବସ୍ତୁ କରିବା ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦେବା,ଏହି ମେଳାର ମୂଳମନ୍ତ୍ର ଥିଲା । ବର୍ତମାନର ସମାଜକୁ ଆଖିଆଗରେ ରଖି ଛାତ୍ରଛାତ୍ରୀ ମାନେ ବିଭିନ୍ନ ଦକ୍ଷତାକୁ ଆପଣେଇ ନେବା ଏବଂ ନିଜକୁ ସ୍ଵାବଲମ୍ବୀ କରି ଗଢିତୋଳିବା ପାଇଁ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ଅରବିନ୍ଦ ଘୋଷ ନିଜର ବହୁମୂଲ୍ୟ ବକ୍ତବ୍ୟରେ ଅନୁପ୍ରାଣିତ କରିଥିଲେ । ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ, କାର୍ଯ୍ୟକ୍ରମର ସଫଳ ସମ୍ପାଦନା ହୋଇଥିଲା ।

Leave a Reply

Your email address will not be published. Required fields are marked *