ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରେ ରୁପା ଛାଉଣୀ କାମ ଆରମ୍ଭ

ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରେ ରୁପା ଛାଉଣୀ କାମ ଆରମ୍ଭ ହୋଇଛି । କେବଳ ସିଂହଦ୍ୱାର ଗୁମୁଟ ନୁହେଁ, ଲୋକନାଥଙ୍କ ମନ୍ଦିର ଦ୍ଵାର, ପ୍ରଭା ଓ ଖିଲଣ ବି ରୂପାର ହେବ ବୋଲି ସୂଚନା ମିଳିଛି । ୬ ଫୁଟ୍ ଉଚ୍ଚ ଓ ସାଢେ ତିନି ଫୁଟ ଚଉଡ଼ାର ଏହି ଦ୍ଵାର ନୂଆ ସୌନ୍ଦର୍ଯ୍ୟ ପାଇବ । ଆସନ୍ତା ଦୁଇ ମାସ ମଧ୍ୟରେ କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରହିଛି । ସେହିପରି ମଦନ ମୋହନ, ଶ୍ରୀଦେବୀ ଭୂଦେବୀଙ୍କ ସମେତ ଦୋଳଗୋବିନ୍ଦ ଆଦି ଠାକୁରଙ୍କ ୭ଟି ପ୍ରଭାକୁ ରୂପା ଛାଉଣୀ କରିବାକୁ ପ୍ରସ୍ତୁତି ଚଲାଇଛି ଶ୍ରୀମନ୍ଦିର ପ୍ରଶାସନ । ରୂପା ଛାଉଣୀ କାମକୁ ସବୁ ମହଲରେ ସ୍ଵାଗତ କରାଯାଇଛି । ସେପଟେ ସିଂହଦ୍ୱାର ଭଳି ଅନ୍ୟ ତିନି ଦ୍ଵାର ମଧ୍ୟ ରୂପା ଛାଉଣୀ କରିବାକୁ ଦାବି କରିଛନ୍ତି ସେବାୟତ । ସେପଟେ ପାଖେଇ ଆସୁଛି ଇଂରାଜୀ ନୂଆବର୍ଷ । ଏବେଠୁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଗହଳି ଚହଳି। ସେପଟେ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ସେଥିପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ନାଟମଣ୍ଡପରୁ ସମସ୍ତ ଅବରୋଧ ହଟାଯାଇଛି। କେବଳ ଅଧିକୃତ ବା ଆବଶ୍ୟକୀୟ ଆଲମିରାକୁ ଛାଡି ସମସ୍ତ ଅନଧିକୃତ ଅବରୋଧକୁ ନାଟ ମଣ୍ଡପରୁ ହଟାଯାଇଛି । ତେବେ ହୁଣ୍ଡି ଅପସାରଣ ପାଇଁ ବିଧି ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଆବଶ୍ୟକ ରହିଛି । ଏହା ଏକ ବ୍ୟାପକ ବ୍ୟବସ୍ଥା ହୋଇଥିବାରୁ ସବୁଜ ସଙ୍କେତ ପରେ ହିଁ ଅପସାରଣ କରାଯାଇପାରିବ ।  ତେବେ ଡିସେମ୍ବର ୩୧ ଓ ଜାନୁଆରୀ ୧ତାରିଖରେ ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ବିଶେଷ ଭାବେ ସେବାୟତଙ୍କ ଆଲୋଚନା ସହ କରାଯିବା ଅନୁରୋଧ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *