ଖୋଲିବ ରତ୍ନଭଣ୍ଡାର,ଆଜି ହେବନି ଗଣତି

ଆଜି ଖୋଲିବ ରତ୍ନଭଣ୍ଡାର । ହେଲେ ରତ୍ନଭଣ୍ଡାରର ଗଣତି ହେବନି । ରତ୍ନଭଣ୍ଡାରରୁ ସୁନା ଅଳଙ୍କାର ଷ୍ଟ୍ରଙ୍ଗରୁମକୁ ଟ୍ରାନ୍ସଫର ହେବା ପରେ ଭିତର ରତ୍ନଭଣ୍ଡାରର ମରାମତି କରାଯିବ । ଏଥିପାଇଁ ଲାଇଟ୍ ଏବଂ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଭିତର ରତ୍ନଭଣ୍ଡାରର ମରାମତି ହେବା ପରେ ଯାଇ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ। ଅନ୍ୟପଟେ ରତ୍ନଭଣ୍ଡାର ମରାମତି, ଗଣତି ମଣତି ସମୟରେ ଦର୍ଶନରେ କୌଣସି ବି ଅସୁବିଧା ହେବନି ବୋଲି ସେ ସୂଚନା ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *