ଖୋଲିବ ରତ୍ନଭଣ୍ଡାର, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

ଦୀର୍ଘଦିନ ଅପେକ୍ଷାର ଆଜି ଅନ୍ତ ହେବାକୁ ଯାଉଛି । ଆଜି ଖୋଲାଯିବା ରତ୍ନଭଣ୍ଡାର । ଏଥିପାଇଁ ମହା ରୁଦ୍ରାଭିଷେକ ପରେ ଲୋକନାଥଙ୍କ ନିକଟରୁ ଆଜ୍ଞାମାଳ ଆସିଛି । ତେବେ ଏନେଇ ସୁରକ୍ଷା ବଳୟରେ ରହିଛି ଶ୍ରୀମନ୍ଦିର । ରତ୍ନଭଣ୍ଡାର ଖୋଲିବାର ଶୁଭ ମୂହୁର୍ତ୍ତ ୧ଟା ୨୮ ମିନିଟ୍ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି । ଯେଉଁ ଭକ୍ତ ଭିତରେ ଅଛନ୍ତି ସେମାନଙ୍କୁ ଭିତରୁ ବାହାର କରାଯାଉଛି । ମନ୍ଦିର ଭିତରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇ ରହିଛନ୍ତି । ପୁରୀରେ ମୋଟ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇ ରହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *