ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ। ବାମନ ରୂପୀ ବାଳକ ରୂପରେ ଶ୍ରୀଜଗନ୍ନାଥ ରତ୍ନ ସିଂହାସନରେ ବିଜେ କରିବେ। ଶ୍ରୀବଳଭଦ୍ରଙ୍କୁ ରାଜବେଶ ଓ ଦେବୀ ସୁଭଦ୍ରାଙ୍କୁ ସାଧାରଣ ବେଶରେ ସଜ୍ଜିତ କରାଯିବ। ତେବେ ଶ୍ରୀମନ୍ଦିରରେ ଦ୍ବିପ୍ରହର ଧୂପ ସରିବା ପରେ ଏହି ନୀତିକାନ୍ତି ଅନୁଷ୍ଠିତ ହେବ। ରବିବାର ଭାଦ୍ରବ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥିଲା। ଦାରୁବ୍ରହ୍ମଙ୍କୁ ରତ୍ନ ସିଂହାସନ ଉପରେ ବାମନ ବେଶ କରାଯାଇଥିଲା।  ପ୍ରଭୁଙ୍କର ଏହି ବେଶ ଦର୍ଶନ କରି ହଜାର ହଜାର ଭକ୍ତ ବିଭୋର ହୋଇଛନ୍ତି। ଦ୍ୱିପ୍ରହର ଧୂପ ପରେ ପୁଷ୍ପାଳକ ସେବକ ମାନେ ରତ୍ନ ସିଂହାସନ ଉପରକୁ ଯାଇଥିଲେ। ପ୍ରଭୁଙ୍କୁ ସୁବର୍ଣ୍ଣ ଶ୍ରୀପୟର, ଶ୍ରୀଭୂଜ, କିରୀଟ, କାନ, ଆଡ଼କାନି, ସୂର୍ଯ୍ୟଚନ୍ଦ୍ର, ଘାଗଡା ମାଳି, ବାହାଡ଼ା ମାଳି, ତାବିଜ ମାଳି, କଦମ୍ବ ମାଳି, ହରିଡା କଦମ୍ବ ମାଳି, ବାଘ ନଖ ମାଳି, ସେବତୀ ମାଳି, ଚନ୍ଦ୍ରିକା, ତିଳକ, ବଡ଼କିଆ, ଶ୍ରୀମୁଖ ପଦ୍ମ, କୁଣ୍ଡଳ, ଓଡ଼ିଆଣୀ ଲାଗି କରାଯାଇଥିଲା।  ପୁଷ୍ପାଳକ ସେବକମାନେ ଠାକୁରଙ୍କୁ ନୂଆ ଲୁଗା ପରିଧାନ କରାଇଥିଲେ। ପ୍ରଭୁଙ୍କ ବାମନ ଜନ୍ମ ନୀତି ପାଇଁ ତିନି ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *