ଓଡ଼ିଶା

ବଲାଣିରେ ରବୀନ୍ଦ୍ରନାଥ ଜୟନ୍ତୀ ଓ ବୈଶାଖୀ ଉତ୍ସବ

ବଲାଣି : ସୀମାନ୍ତ ଖଣି କ୍ଷେତ୍ର ବଲାଣି ଖଣିର ସାଂସ୍କୃତିକ ଅନୁଷ୍ଠାନ ବଲାଣି ୟଙ୍ଗ ମେନ ଆସୋସିଏସନ୍(ବାୟମା) ପକ୍ଷରୁ ସ୍ଥାନୀୟ ଜବାହାରଲାଲ ନେହେରୁ ରିକ୍ରିଏସନ ସେଣ୍ଟର ସଭା ଗୃହ ଠାରେ କବି ଗୁରୁ ରବୀନ୍ଦ୍ରନାଥ ଠାକୁର ଜୟନ୍ତୀ ଓ ବୈଶାଖୀ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଣି ଖଣିର ମୁଖ୍ୟ ମହାପ୍ରବନ୍ଧକ ଜୟଦେବ ଚଟ୍ଟୋପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ମହିଳା ସମିତିର ଅଧ୍ୟକ୍ଷା କାକୋଳି ଚାଟାର୍ଜୀ , ଖଣିର ଓର ପ୍ରୋସେସିଂ ପ୍ଲାଣ୍ଟର ମହାପ୍ରବନ୍ଧକ ବି.ଡି ନାଏକ, ବଲାଣି ଖଣି ପ୍ରବନ୍ଧକ ବି.ଏନ ସିଂହ, ପରିବେଶ ବିଭାଗର ମୁଖ୍ୟ ଆର୍.କେ ଜେନା, ଏମ ଏମ ବିଭାଗର ମୁଖ୍ୟ କେ.ସେଠି, ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀ ଟି.ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ସର୍ବପ୍ରଥମେ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ କବି ଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଅନୁଷ୍ଠାନର ସଭାପତି ଦିଲ୍ଲୀପ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଶ୍ରୀ ଚଟ୍ଟୋପାଧ୍ୟାୟ କବି ଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ପରେ ସ୍ଥାନୀୟ ଅଞ୍ଚଳର କଣ୍ଠଶିଳ୍ପୀ ଓ ନୃତ୍ୟ ଶିଳ୍ପୀ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ବିଭିନ୍ନ ସମୟରେ ରକ୍ତଦାନ କରିଥିବା ୩ ଜଣ ଯୁବକଙ୍କୁ ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଅତିଥୀଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସମସ୍ତ କଳାକାରଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ସଭାପତି ଦିଲ୍ଲୀପ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ କୁନ୍ଦନ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ବତନ ସମ୍ପାଦକ ପ୍ରବୀର କୁମାର ମିତ୍ର, ଉପସଭାପତି ସୁବ୍ରତ ଭଟ୍ଟାଚାର୍ଜୀ, ସମ୍ପାଦକ ପିନାକୀ ତ୍ରିପାଠୀ, ସହ ସମ୍ପାଦକ ପ୍ରସୁନ ନାଗ,କୋଷାଧ୍ୟକ୍ଷ ସଂଜୀବ ଗାଙ୍ଗୁଲି, ଦିନେଶ ଅଧିକାରୀ, ରିକିରାମ ଶର୍ମା,ଅଇଁଠୁ କାରୁଆ, କ୍ଷିତିଶ ମହାନ୍ତ, ପ୍ରଶାନ୍ତ ରୋୟ,ସିଧୁ କୁଂକଲ,ଆମରଜିତ ଶର୍ମା, କିଶୋର ଦାସ, ବିଭୁଭୂଷଣ ବେହେରା, ଦିବ୍ୟଜ୍ୟୋତି ଘୋଷ, ରତନ କୁମାର ବାନାର୍ଜୀ, ପ୍ରସାଦ ଭଟ୍ଟାଚାର୍ଜୀ, ମୃତ୍ୟୁଞ୍ଜୟ ମୁଖାର୍ଜୀ,ଆମରଜିତ ସିଂହ,ଶୁବାଶିଷ ମୁଖାର୍ଜୀ, ଅଭିଳାଶ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.

Back to top button