ରାୟଗଡା ରେଳ ଡିଭିଜନର ଭିତ୍ତିପ୍ରସ୍ତର ସ୍ଥାପନ

ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଖୁସି ଖବର । ଦୀର୍ଘ ବର୍ଷ ଅପେକ୍ଷାର ଘଟିଛି ଅନ୍ତ । ଆଜି ଭିସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡା ରେଳ ଡିଭିଜନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି । ରାୟଗଡା ରେଳ ମଣ୍ଡଳ ମୁଖ୍ୟାଳୟ ଭବନର ନିର୍ମାଣ ପାଇଁ ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୦୭ କୋଟି ଟଙ୍କା ଅଟକଳ ରହିଛି।  ଏହି ମହତ୍ୱପୂର୍ଣ୍ଣ ପ୍ରକଳ୍ପରେ ସ୍ଥାନୀୟ ଅଞ୍ଚଳର ରେଳ ଭିତ୍ତିଭୂମି ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଅନେକ ପ୍ରମୁଖ ଉପାଦାନ ଅନ୍ତର୍ଭୂକ୍ତ ହେବ ବୋଲି କୁହାଯାଇଛି । ବିଶେଷ କରି ଏହି  ପ୍ରକଳ୍ପ ହେବା ଦ୍ବାରା ଦକ୍ଷିଣ ଓଡିଶାର ବିକାଶ ସହ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଇଛି । ବିଶେଷ କରି ଦକ୍ଷିଣ ଓଡିଶାର ଆଦିବାସୀ ଅଞ୍ଚଳରେ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ପ୍ରକଳ୍ପ ସହାୟକ ହେବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ  ଏବଂ ରେଳବାଇ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ  ରବନୀତ ସିଂ ବିଟୁ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଏପରି ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଛନ୍ତି ।

କେବଳ ଏତିକି ନୁହେଁ ରାୟଗଡାରେ ରେଳ ଡିଭିଜନ୍ ପ୍ରତିଷ୍ଠା ହେଲେ 560 କିଲୋମଟର ରେଳପଥ ସହ ପ୍ରାୟ 80ରୁ ଉର୍ଦ୍ଧ୍ୱ ଷ୍ଟେସନ୍ ଅନ୍ତର୍ଭୁକ୍ତ ହେବ ବୋଲି କୁହାଯାଇଛି । ଆଗାମୀ ଦିନରେ ମାଲକାନଗିରି-ନବରଙ୍ଗପୁର-ଜୁନାଗଡ ରେଳପଥର ଉନ୍ନତିକରଣ ହେବ। ଅନ୍ୟପଟେ ରାୟଗଡାରେ ଖୁବଶୀଘ୍ର ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *