ମାଲକାନଗିରିରେ ବର୍ଷା ବିତ୍ପାତ। ଦୁଇଟି ଗାଁକୁ ସଂଯୋଗ କରୁଥିବା ଦୁଇଟି ପୋଲ ଭୁଶୁଡି ଯାଇଛି। ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ପୋଲ ଭାଙ୍ଗିଛି, ସ୍ଲାବ୍ ଧୋଇ ଯାଇଛି ଓ ମାଟି ମଧ୍ୟ ଦବି ଯାଇଛି । କିନ୍ତୁ ପୋଟେରୁ ପୋଲରୁ ପାଣି ଖସିଛି । କିନ୍ତୁ ବିଭିନ୍ନ ଗାଁର ଦୁଃଖ ଦୁର୍ଦ୍ଦଶା ବଢାଇ ଦେଇଛି। ଲଗାଣ ବର୍ଷା ଯୋଗୁଁ ଦୁଇଟି ପୋଲ ଖଇରପୁଟ ବ୍ଲକର ଗୁମ୍ମା ଝରଣ ନିକଟସ୍ଥ ଓ ଆଉ ଗୋଟିଏ ମାଲକାନଗିରି ବ୍ଲକ ରଙ୍ଗମାଟି ଗୁଡ଼ା ନିକଟରେ ଭୁଶୁଡି ଯାଇଛି। ପ୍ରବଳ ଜଳ ପ୍ରବାହ ଯୋଗୁଁ ପୋଲର ସ୍ଲାବ୍ର କିଛି ଅଂଶ ଧୋଇ ନଷ୍ଟ ହୋଇଛି । ଫଳରେ ଏହି ରୁଟ୍ ଦେଇ ଯାତାୟାତ ଏବେ ବନ୍ଦ ରହିଛି । ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଲୋକଙ୍କ ଘରେ ପାଣି ପଶିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now