ଅବିଭାଗିକୃତ

ଲେଡି ବ୍ଲାକମେଲର ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ଅର୍ଚ୍ଚନା ନାଗ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ। ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ। ଯିଏ ବି ସାମିଲ ଅଛି, ସେମାନଙ୍କ ନାମ ସାମ୍ନାକୁ ଆସିବା ଦରକାର। ସେ ଯେଉଁ ଦଳର ହୁଅନ୍ତୁ ନା କାହିଁକି। ଫଟୋ ଦେଖି କାହାକୁ ଦୋଷୀ କହିହେବ ନାହିଁ ବୋଲି କହିଛନ୍ତି ବିଧାୟକ ସୁରେଶ ରାଉତରାୟ। ସେପଟେ ବିଜେପି ମଧ୍ୟ ଘଟଣାକୁ ନେଇ ବର୍ଷିଛି। ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ପ୍ରସଙ୍ଗରେ  ସିବିଆଇ ତଦନ୍ତ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା। ଅନେକ ଲୋକଙ୍କ ବ୍ଲୁ ଫିଲ୍ମ ରଖି ବ୍ଲାକମେଲ କରାଯାଉଛି। କାହାର ଛତ୍ରଛାୟା ତଳେ ଅର୍ଚ୍ଚନା ନାଗ ଏତେ ବଡ଼ କେଳେଙ୍କାରୀ କରୁଥିଲେ। ପୋଲିସ ଓ ରାଜ୍ୟ ସରକାର ଫେଲ ମାରିଛି। ସବୁ ବଡ଼ ବଡ଼ ନେତା ମନ୍ତ୍ରୀ ଓ ବ୍ୟକ୍ତିତ୍ୱ ସାମ୍ନାକୁ ଆସିବା ଦରକାର କହି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ।

Related Articles

Leave a Reply

Your email address will not be published.

Back to top button