ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା

Spread the love

ପାଖେଇ ଆସୁଛି ବିଶ୍ୱନିୟନ୍ତାଙ୍କ ଘୋଷଯାତ୍ରା l ଏଥିପାଇଁ ଚଳଚଞ୍ଚଳ ରଥଖଳା l ଘୋଷଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଓହ୍ଲାଇଆସିବେ ମହାପ୍ରଭୁ ଜଗନ୍ନାଥ l ତେବେ ଭଉଁରୀ ତିଥିରେ ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖରେ ଚକ ଲାଗି ହୋଇ ଚକଅଖ ଡେରା ନୀତି ସମ୍ପର୍ଣ୍ଣ ହୋଇଥିଲା l ଆସନ୍ତାକାଲି ପବିତ୍ର ଶୀତଳ ଷଷ୍ଠୀ । ଏନେଇ ତିନି ରଥର ସମ୍ପୂର୍ଣ୍ଣ ଚକଅଖ ଡେରା ଯିବାର ଵିଧି ରହିଛି। ସେହି ପରିପ୍ରେକ୍ଷୀରେ ଆଜି ତିନି ରଥର ୩୬ ଚକରେ ୧୮ ଅଖ ଲାଗି ହୋଇ ରଥ ଖଳାରେ ଡେରା ଯାଉଛି l ତିନି ରଥର ମୁଖ୍ୟ ମହାରଣା ଓ ରଥ ଅମିନଙ୍କ ପରାମର୍ଶ କ୍ରମେ ଭୋଇ ସେବକମାନେ ଚକଅଖକୁ ସଂଯୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *