ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସ୍ଵତନ୍ତ୍ର ସମୀକ୍ଷା ବୈଠକ

Spread the love

ପୁରୀ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସ୍ଵତନ୍ତ୍ର ସମୀକ୍ଷା ବୈଠକ ଟାଉନ ହଲ୍ ଠାରେ ଆଜି ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରୁଛନ୍ତି । ଏହି ବୈଠକରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଅଧିକାଂଶ ମନ୍ତ୍ରୀ ଯୋଗ ଦେଇଛନ୍ତି । ବୈଠକରେ ରଥ ନିର୍ମାଣର ଅଗ୍ରଗତି, ରଥଯାତ୍ରାରେ ଲାଗି ହେଉଥିବା ବିଭିନ୍ନ ଦ୍ରବ୍ୟ ଯୋଗାଣ, ସ୍ଵାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ସ୍ଵାସ୍ଥ୍ୟ ସେବା ବାବଦରେ ସ୍ଵତନ୍ତ୍ର ଆଲୋଚନା ହୋଇଛି । ସେହିପରି ରଥଯାତ୍ରା ସମୟରେ ଜନ ସ୍ଵାସ୍ଥ୍ୟ ବିଭାଗ ୱାଟକୋ ପକ୍ଷରୁ ପାନୀୟ ଜଳ ଯୋଗାଣ ସମ୍ପର୍କରେ ଆଲୋଚନା କରାଯିବ । ପୁରୀ ସହରକୁ ସଂଯୋଗ କରୁଥିବା ପୂର୍ତ ବିଭାଗର ବିଭିନ୍ନ ରାସ୍ତା ଓ ପୁରୀ ସହର ମଧ୍ୟରେ ଥିବା ବିଭିନ୍ନ ରାସ୍ତାଘାଟ ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ । ଏହା ସହ ରଥଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବ ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାIପାଳ ପ୍ରଦୀପ କୁମାର ସାହୁ, ଏସପି କେ. ବିଶାଲ ସିଂହ ଓ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀ ମାନେ ବୈଠକରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *