କୋଭିଡ୍- 19ଜାତୀୟ

ଦେଶରେ ବଢ଼ିବାରେ ଲାଗିଛି ସଂକ୍ରମଣ

ଦେଶରେ କୋରନା ସଂକ୍ରମଣ ପୁଣ ଥିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟ୍ୟରେ ଦେଶରେ ୨୦୫୨୮ ଜଣ ସଂଙ୍କ୍ରମିତ ଚହ୍ନଟ ହୋଇଛନ୍ତି । ଏହି ହିସାବରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ତୁଳନାରେ ଆଜି ଅଧିକ ୫୦୦ ଲୋକ କୋରନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ମାମଲା ୧,୪୩,୪୪୯କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ କେରଳରୁ ସବୁଠୁ ଅଧିକ ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କେବଳ କେରଳରୁ ୨,୮୭୧ ଜଣ ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ରହିଛି ପଶ୍ଚିମବଙ୍ଗ । ସେଠାରେ ଗତ ୨୪ ଘଣ୍ଟା ମଧ୍ୟ୍ୟରେ ୨,୮୩୯ ମହାରାଷ୍ଟ୍ର ୨,୩୮ ତାମିଲନାଡୁ୨,୩୪୦, କର୍ଣ୍ଣାଟକ ୧,୩୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ କାରଣରୁ ୪୯ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ କରୋନ ଜନିତ ମୃତ୍ୟୁ ସଂଙ୍ଖ୍ୟା ୫,୨୫,୭୦୯କୁ ବୃଦ୍ଧି ପାଇଛି । ସେହିଭଳି କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ହାର ୯୮.୪୭ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ୧୭.୭୯୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ 

Related Articles

Leave a Reply

Your email address will not be published.

Back to top button