ତ୍ନଭଣ୍ଡାର ରାଜ୍ୟ ସରକାରଙ୍କ ସମ୍ପତି ନୁହେଁ, ରତ୍ନଭଣ୍ଡାର ଖୋଲିବାରେ ବାଧା କେଉଁଠି? : ବିଜୟ ମହାପାତ୍ର

ଭୁବନେଶ୍ୱର : ରତ୍ନ ଭଣ୍ଡାର ସମ୍ପର୍କରେ ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଦେଇଥିବା ବକ୍ତବ୍ୟ ପରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ରତ୍ନଭଣ୍ଡାର ଖୋଲିବାରେ ବାଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାର ରତ୍ନଭଣ୍ଡାରର ମାର୍ଫତଦାର, ଏହା ରାଜ୍ୟ ସରକାରଙ୍କ ସମ୍ପତ୍ତି ନୁହେଁ। ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ସମ୍ପତ୍ତି ଅଛି । ତେଣୁ ରତ୍ନଭଣ୍ଡାର ଖୋଲିବାରେ ଅସୁବିଧା କେଉଁଠି ରହୁଛି ?

ସେ କହିଛନ୍ତି ଯେ, ନମନ୍ତ୍ରୀ କହୁଛନ୍ତି ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଜାଣି ନାହାନ୍ତି । ରାଜ୍ୟବାସୀ କିନ୍ତୁ ଜାଣିଛନ୍ତି ପ୍ରଥମେ ଚାବି ହଜିଥିଲା । ପରେ ନକଲି ଚାବି ମିଳିଛି । ରାଜ୍ୟ ସରକାର କମିଶନ ବି ଗଠନ କରିଛନ୍ତି। ହେଲେ ମନ୍ତ୍ରୀ କେମିତି ଏଭଳି କହିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ପ୍ରଥମେ କୁହାଗଲା ଯେ ଚାବି ମିଳିଲାନି । ପରେ ଜିଲ୍ଲାପାଳ କହିଲେ ନକଲି ଚାବି ମିଳିଲା ହେଲେ ଏବେ ମନ୍ତ୍ରୀଙ୍କ ବିବୃତି ଆଶ୍ଚର୍ଯ୍ୟଜନକ କଥା। ରତ୍ନଭଣ୍ଡାର ଖୋଲିବାରେ ଅସୁବିଧା କ’ଣ ? ଚାବି ହଜିବା ଘଟଣା ଆଉ ଏଏସଆଇ ମରାମତି ଲାଗି ଲେଖିବା ପରେ ବି ସରକାର କାହିଁକି କିଛି ଶୁଣୁ ନାହାନ୍ତି ?

ଏବେ ଆସୁଥିବା ଦାନ ସୁନା ଅଳଙ୍କାର କୋଉଠି ଅଛି ? ଆଗରୁ ଆସିଥିବା ଅଳଙ୍କାର କେଉଁଠି ଅଛି? ଏହାର ଗଣନା ଶୀଘ୍ର ହେବା ଦରକାର । କାଳ ବିଳମ୍ବ ନକରି ଏହା ଶୀଘ୍ର କରନ୍ତୁ। କମିଟି ଗଠନ କରନ୍ତୁ ଏବଂ ଗଣନା କରନ୍ତୁ । ଆହୁରି ଅଧିକ ସନ୍ଦେହ ସୃଷ୍ଟି ନକରନ୍ତୁ । ଯେତିକି ବିଳମ୍ବ ହେବ ପରିସ୍ଥିତି ସେତିକି ଜଟିଳ ହେବ । ସବୁ ଆଡ଼ୁ ଗୋଟିଏ ମତ ଆସୁଛି। ରାଜ୍ୟ ସରକାର ଶୀଘ୍ର ତାରିଖ ଘୋଷଣା କରନ୍ତୁ ବୋଲି ସେ ଦାବି କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *