ଦର୍ଶନଶାସ୍ତ୍ରବିତ୍ ନାରାୟଣ ମହାନ୍ତିଙ୍କ ସମ୍ପାଦିତ ‘ରିଫ୍ଲେକସନ୍ସ’ ରାଜ୍ୟପାଳଙ୍କଦ୍ୱାରା ଉନ୍ମୋଚିତ

Spread the love

ଭୁବନେଶ୍ୱର : ଦର୍ଶନଶାସ୍ତ୍ରବିତ୍ ଡକ୍ଟର ନାରାୟଣ ମହାନ୍ତିଙ୍କ ସମ୍ପାଦିତ ପୁସ୍ତକ ‘ରିଫ୍ଲେକସନ୍ସ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଦ୍ୱାରା ଆଜି ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସ୍ନାତକୋତର ଦର୍ଶନ ବିଭାଗର ମୁଖ୍ୟ ଡକ୍ଟର ଅଶୋକ କୁମାର ତରାଇ, ନିଖିଳ ଉତ୍କଳ ଦର୍ଶନ ପରିଷଦର ସାଧାରଣ ସମ୍ପାଦକ ଡକ୍ଟର ଶଚୀନ୍ଦ୍ର ରାଉଳ, ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଓଡ଼ିଶା ଶାଖାର ଆବାହକ ଡକ୍ଟର ପବିତ୍ର କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ପୁସ୍ତକରେ ୧୪ଜଣ ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍, ଚିକିତ୍ସାବିଜ୍ଞାନୀ, ଅର୍ଥନୀତିଜ୍ଞ ଓ ରାଜନୀତିବିଜ୍ଞାନୀଙ୍କ ରଚନା ସ୍ଥାନିତ ହୋଇଛି । ଦର୍ଶନଶାସ୍ତ୍ରର ନିଗୂଢ଼ ତତ୍ତ୍ୱକୁ ପ୍ରାବନ୍ଧିକମାନେ ସରଳ ଇଂରାଜୀ ଭାଷାରେ ଉପସ୍ଥାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *