ଅପରାଧଓଡ଼ିଶା

ନିଶା ନିବାରଣ କେନ୍ଦ୍ରରେ ବର୍ବରତା

() ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ମାଡ଼ ମରା  ଘଟଣା।  ଗୁରୁତର ଅବସ୍ଥାରେ ଯୁବକଙ୍କ ମୃତ୍ୟୁ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଘଟଣା ନେଇ ଗତକାଲି ମଞ୍ଚେଶ୍ୱରସ୍ଥିତ ସାଇ କୃପା ନିଶା ନିବାରଣ କେନ୍ଦ୍ରର ମାଲିକଙ୍କ ସମେତ ୩ଜଣଙ୍କୁ ଗିରଫ  କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ। ସୂଚନା ଅନୁସାରେ ପଥର ବନ୍ଧ ବସ୍ତିର ସର୍ବେଶ୍ଵର ବେହେରାଙ୍କ ନିଶା ଛଡାଇବା ପାଇଁ ତାଙ୍କୁ ସାଇ କୃପା ନିଶା ନିବାରଣ କେନ୍ଦ୍ରରେ ଗତ ସପ୍ତାହରେ ଭର୍ତି କରାଯାଇଥିଲା । ମାତ୍ର ନିଶା ଛଡାଇବା ନାଁ ରେ ସେଠାରେ ତାଙ୍କୁ ଅକଥନୀୟ ମାଡ ପରେ ଗୁରୁତର  ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ତାଙ୍କର ମୃତ୍ୟୁ ଘଟିଛି ।

ଯୁବକଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହେଲେ ନିଶା ନିବାରଣ କେନ୍ଦ୍ରର ମାଲିକ ସହ ଦୁଇ ସହଯୋଗୀ। ସୂଚନା ମୁତାବକ, ଜାନୁଆରୀ 27ତାରିଖରେ   ମଞ୍ଚେଶ୍ୱର ପଥର ବନ୍ଦ ବସ୍ତିର ସର୍ବେଶ୍ୱର ବେହେରାଙ୍କୁ ସାଇ କୃପା ନିଶା ନିବାରଣ କେନ୍ଦ୍ରକୁ ପଠାଇଥିଲେ ପରିବାର ଲୋକେ। ନିଶା ଛଡାଇବା ବାବଦକୁ 7ହଜାର ଟଙ୍କା ବି ଦେଇଥିଲେ।୩ ଦିନ ପରେ ସର୍ବେଶ୍ୱର ଗୁରୁତ୍ତର ଥିବା ଖବର ପାଇଲେ ପରିବାର ଲୋକ। ସର୍ବେଶ୍ବରଙ୍କ ଦେହରେ ଆଘାତ ଲାଗିବା ସହ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା କରାଯାଇଥିଲା। ତେବେ ବ୍ରେନ ଡେଡ ହେବା କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ସର୍ବେଶ୍ୱରଙ୍କ ମୃତ୍ୟୁ ହୋଇଛି। ଯାହାକୁ ନେଇ ପୋଲିସ ନିଶା ନିବାରଣ  କେନ୍ଦ୍ର ମାଲିକ ଓ ସହଯୋଗୀଙ୍କ ବିରୋଧରେ  ହତ୍ୟା ଓ ପ୍ରମାଣ ନଷ୍ଟ ଭଳି ସଂଗୀନ ମାମଲା ଲଗାଇଛି।

ସପଟେ ନିଶା ନିବାରଣ କେନ୍ଦ୍ରରେ ଚାଲିଛି କଣ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସର୍ବେଶ୍ୱରଙ୍କ ପରିବାର । ନିଶା ଛଡାଇବା ପାଇଁ କେନ୍ଦ୍ର ଖୋଲାଯାଇଛି ନା ଅତ୍ୟାଚାର ପାଇଁ ବୋଲି ପ୍ରଶ୍ନ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ  ତଦନ୍ତ ଦାବି କରି ଅଭିଯୁକ୍ତ ମାନଙ୍କୁ କଠୋର  ଦଣ୍ଡ ମିଳୁ ବୋଲି କହିଛନ୍ତି  ସର୍ବେଶ୍ୱରଙ୍କ ପରିବାର  ଲୋକ ।

ଏଭଳି ଘଟଣା ରାଜଧାନୀରେ ନୂଆ ନୁହେଁ। ପୂର୍ବରୁ ଇନଫୋଭ୍ୟାଲି ଥାନା  ଏବଂ କୋଳଥିଆ ଅଂଚଳରେ ଥିବା ନିଶା ନିବାରଣ କେନ୍ଦ୍ରରୁ ଆସିଥିଲା ସମାନ ଘଟଣା. ତେବେ ପ୍ରଶ୍ନ ଉଠୁଛି ବାରମ୍ବାର ଘଟଣା ପରେ କାହିଁକି ହେଉନି କୌଣସି ଆକ୍ସନ.???? ନିଶା ନିବାରଣ କେନ୍ଦ୍ର ଖୋଲିବା ନେଇ କାହିଁକି ଆସୁନି ଗାଇଡଲାଇନ.??? ସ୍ୱରୂପା ମହା

Leave a Reply

Your email address will not be published.

Back to top button