ଓଡ଼ିଶା

ବଳକା ଷ୍ଟଲ ପାଇଁ ଚାଲିଛି ସ୍ପଟ୍ ବୁକିଂ

କଟକ: ଐତିହାସିକ ବାଲିଯାତ୍ରା କୁ ମଝିରେ ଆଉ ୬ ଦିନ ବାକି ଥିବା ବେଳେ ବଳକା ପ୍ଲଟ ହାତେଇବାକୁ  ଏବେ ଅସମ୍ଭାଳ ଭିଡ଼ । ୨୫୦ଟି ଷ୍ଟଲ ବଳକା ପଡିଯାଇଥିବାରୁ ସେସବୁ ପାଇଁ ଏବେ ଚାଲିଛି ସ୍ପଟ୍ ବୁକିଂ । ଆଶାୟୀ ବ୍ୟବସାୟୀ ମାନେ ପ୍ଲଟ ଖଣ୍ଡେ ହାତେଇବା ପାଇଁ କରୁଛନ୍ତି ଶେଷ ପ୍ରୟାସ । ସେପଟେ ମେଳା ପଡ଼ିଆରେ ପହଞ୍ଚିଲେଣି ଦୋଳି ବ୍ୟବସାୟୀ ।

ବଲିଯାତ୍ରାକୁ ଦିନ ଯେତିକି ପାଖେଇ ଆସୁଛି ସେତିକି ଉତ୍କଣ୍ଠା ବଢୁଛି ସମସ୍ତଙ୍କର। ଏଥର ଭବ୍ୟ ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରୁଥିବାରୁ ଷ୍ଟଲ ହାତେଇବା ପାଇଁ ବ୍ୟବସାୟୀ ଙ୍କ ଭିତରେ ନାହିଁ ନଥିବା ଉତ୍ସାହ। ତଳ ପଡ଼ିଆରେ ବଳକା ଥିବା ୨୫୦ ପ୍ଲଟ ପାଇବା ପାଇଁ ଆଜି ଅସମ୍ଭାଳ ଭିଡ ବାରବାଟୀ ପ୍ୟାଲେସରେ। ଯେଉଁମାନେ ଆଦୌ ପ୍ଲଟ ପାଇନାହାନ୍ତି ସେମାନଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯାଉଛି। ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ଚାଲିବ ଅନ୍ ସ୍ପଟ ବୁକିଂ। ଗୁରୁବାର ଉଠା ଦୋକାନୀ ଙ୍କ ପାଇଁ ପ୍ଲଟ ବୁକିଂ ବ୍ୟବସ୍ଥା ରହିଛି।

ଐତିହାସିକ ବାଲିଯାତ୍ରା ରେ ମେଳା ବୁଲିବା ସହ ଦୋଳି ର ରୋମାଞ୍ଚକର ଅନୁଭୂତି ସାଉଁଟିବା ପାଇଁ ସମସ୍ତେ ଅପେକ୍ଷା କରିଥାନ୍ତି । ତେଣୁ ଲୋକଙ୍କୁ ମେଳାରେ ଭରପୁର ମନୋରଞ୍ଜନ କରାଇବା ପାଇଁ ଦୋଳି ବ୍ୟବସାୟୀମାନେ ଆଣିଛନ୍ତି ଏଥର ମେଳାକୁ ବିଭିନ୍ନ କିସମର ଦୋଳି । ଟେରା ଟୋରା ସାଙ୍ଗକୁ ବ୍ରେକ୍‌ ଡ୍ୟାନ୍ସ, ଡ୍ରାଗନ୍‌, ରାମ ଦୋଳି ଆଦି ଏଥର ମଧ୍ୟ ମେଳାର ଆକର୍ଷଣ ପାଲଟିବ । ଉଭୟ ଉପର ଓ ତଳ ପଡିଆରେ ଏଥର ଅଧିକ ପରିମାଣରେ ଦୋଳି ଖେଳର ମଜ୍ଜା ମଧ୍ୟ ଉଠାଇ ପାରିବେ ଲୋକେ । ତେବେ ଯନ୍ତ୍ର ଚାଳିତ  ଏହି ଦୋଳିଗୁଡିକୁ ଯାଞ୍ଚ କରିବା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଦୋଳି ବ୍ୟବସାୟୀ।

ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button