ଜାତୀୟ

ସୁରିନାମରେ ଭାରତୀୟଙ୍କ ଆଗମନର ୧୫୦ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ସାଂସ୍କୃତିକ ଉତ୍ସବରେ ସାମିଲ୍ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁରୀନାମର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସନ୍ତୋଖିଙ୍କ ସହିତ ପାରାମାରିବୋରେ ଗତକାଲି ସଂନ୍ଧ୍ୟାରେ ସୁରିନାମରେ ଭାରତୀୟଙ୍କ ଆଗମନର ୧୫୦ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ସାଂସ୍କୃତିକ ଉତ୍ସବରେ ସାମିଲ୍ ହୋଇଥିଲେ । ଏହି ଅବସରରେ ସେ ଓସିଆଇ କାର୍ଡ଼ ପାଇଁ ଯୋଗ୍ୟତା ମାନଦଣ୍ଡକୁ ଚତୁର୍ଥ ପିଢ଼ିରୁ ଷଷ୍ଠ ପିଢି ପର୍ଯ୍ୟନ୍ତ ବଢାଇବାକୁ ଭାରତ ସରକାରଙ୍କ ନିଷ୍ପତିକୁ ଘୋଷଣା କରିଥିଲେ ।

ପାରାମାରିବୋରେ ଇଣ୍ଡିପେଣ୍ଡେନ୍ସ ସ୍କୋୟାରରେ ଆୟୋଜିତ ସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ୧୮୭୩ ମସିହା ଆଜିର ଦିନରେ ଭାରତୀୟଙ୍କ ପ୍ରଥମ ସମୂହ ଜାହାଜ ଲଲ୍ଲା ରୁଖରେ ସୁରିନାମର ତଟରେ ଆସି ପହଂଚି ଥିଲେ । ଯାହାକି ଏହି ଦେଶର ଇତିହାସରେ ଏକ ନୂତନ ଅଧ୍ୟାୟର ଅୟଂ ଆରମ୍ଭ କରିଥିଲା ।

Related Articles

Leave a Reply

Your email address will not be published.

Back to top button