ଆର .ଏମ .ସି କେନ୍ଦୁପାଟଣା ଏବଂ ନରସିଂହପୁର ଉପରେ ସମୀକ୍ଷା : ମାର୍କେଟ ୟାର୍ଡରେ ଭିତ୍ତିଭୂମି ସୃଷ୍ଟି ପାଇଁ କାର୍ୟକାରୀ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

Spread the love

ଭୁବନେଶ୍ୱର : ଆଜି ଲୋକ ସେବା ଭବନରେ ନିୟନ୍ତ୍ରିତ ମାର୍କେଟିଂ ସୋସାଇଟି (ଆରଏମସି) କେନ୍ଦୁପାଟଣା ଏବଂ ନରସିଂହପୁର ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ମାର୍କେଟ ୟାର୍ଡରେ ଉପଲବ୍ଧ ବିଦ୍ୟମାନ ଭିତ୍ତିଭୂମି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା

ଓ ମାର୍କେଟ ୟାର୍ଡ ପ୍ରତିଷ୍ଠା ପାଇଁ କେଉଁ କେଉଁ ବ୍ଲକ୍ ଅନ୍ତର୍ଭୂକ୍ତ କରାଯାଇ ନାହିଁ, ଏହାର ମାର୍କେଟିଂ ଚ୍ୟାନେଲ ଅଧୀନରେ ଉପଲବ୍ଧ କୃଷିଜାତ ଦ୍ରବ୍ୟ, ପ୍ରସ୍ତାବିତ ଭିତ୍ତିଭୂମି ସୃଷ୍ଟି ପାଇଁ କାର୍ଯ୍ୟ ଯୋଜନା, ଆରଏମସି ତରଫରୁ ନିଆଯାଇଥିବା ପଦକ୍ଷେପ , ଇଣ୍ଟିଗ୍ରେଟେଡ୍ ପ୍ୟାକ୍ ହାଉସ୍ ନିର୍ମାଣ, ବିଭିନ୍ନ ସୁବିଧାଗୁଡ଼ିକର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ ଉପରେ ଆଲୋଚନା କରାଯାଇଛି I ଉଭୟ ଆରଏମସି ଇ-ନାମ୍ ସହିତ ଏକୀଭୂତ ହୋଇଛି I କୁଳିଆରେ ଆରଏମସି କେନ୍ଦୁପାଟଣାର ମୁଖ୍ୟ ବଜାର ପ୍ରାଙ୍ଗଣର ଉପଯୁକ୍ତ ଉପଯୋଗ ଏବଂ ସିଡିଏ କୃଷକ ବଜାରର ସୁବିଧାର ସୁଯୋଗ ବିକାଶ ଉପରେ ଆଲୋଚନା ହୋଇଥିଲା।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ , ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାୟକ ଦେବୀ ପ୍ରସାଦ ମିଶ୍ର , ସମବାୟ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢା ,ରେଜିଷ୍ଟର କୋଅପରେଟିଭ୍ ସୋସାଇଟି ଉଦ୍ଧବ ଚରଣ ମାଝୀ, , ଜିଏମ୍ ଓଏସ୍ଏମ୍ ବୋର୍ଡ ଧରିତ୍ରି ମିଶ୍ର , ଏଜିସିଏସ ପି.କେ.ପଟ୍ଟନାୟକ , ଉପଜିଲାପାଳ କଟକ କମଳଜିତ ମିଶ୍ରଙ୍କ ସମେତ ଅନ୍ୟାନ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *