ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ହାଇକୋର୍ଟରେ ଦାୟର ରିଭ୍ୟୁ ପିଟିସନ ଖାରଜ

Spread the love

ଭୁବନେଶ୍ୱର : ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଦାୟର କରାଯାଉଥିବା ରିଭ୍ୟୁ ପିଟିସନକୁ କଟକ ସ୍ଥିତ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି । ପୂର୍ବବର୍ତୀ ରାୟ ଉପରେ ପୁନର୍ବିଚାର ପାଇଁ ଦାୟର ହୋଇଥିବା ପିଟିସନକୁ ଖାରଜ ସହ ପୂର୍ବ ନିର୍ଦ୍ଦେଶକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ କାଏମ ରଖିଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଓଡ଼ିଶା ଉଚ୍ଚନ୍ୟାୟାଳୟ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଓପିଏସସି ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟକୁ ହାଇକୋର୍ଟରେ ରିଟ୍ ଓ ରିଭ୍ୟୁ ଆବେଦନର ଶୁଣାଣି ଶେଷ ରାୟ ସଂରକ୍ଷିତ ରହିଥିଲା।

ଏହା ପୂର୍ବରୁ ହାଇକୋର୍ଟ ଏଏସଓ ଲିଖିତ ପରୀକ୍ଷା ମେରିଟ୍ ଖାରଜ କରି ପୁନଃ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବଳବତ୍ତର ରହିଥିବା ବେଳେ ପୁଣି କିଛି ପରୀକ୍ଷାର୍ଥୀ ନିର୍ଦ୍ଦେଶକୁ ରିଭ୍ୟୁ କରିବା ପାଇଁ ହାଇକୋର୍ଟରେ ଦୁଇଟି ଆବେଦନ ହୋଇଥିଲା।

Leave a Reply

Your email address will not be published. Required fields are marked *