ବର୍ଷ ବର୍ଷ ଧରି ରାସ୍ତା ସମସ୍ୟାରେରେ ହେଉଛି ଦିନିଆରୀ ଗାଁ ଲୋକେ। ବାରମ୍ବାର ଅଭିଯୋଗ ,ବାରମ୍ବାର ରାସ୍ତା ରୋକ । ଏପରିକି ପ୍ରଶାସନିକ ଅଧିକାରୀଠୁ ରାଜନେତାଙ୍କ ପ୍ରତିଶୃତି ବି କିଛି ପଡୁନି ପ୍ରଭାବ। ଲାଗୁଛି ସତେ ଯେମିତି ଅଭିଶପ୍ତ ପାଲଟିଛି ଗାଁ ଏହି ରାସ୍ତା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପୋଡାଡିହ ପଂଚାୟତର ଦିନିଆରୀ ଗାଁ। ଏହି ଗାଁ ମଧ୍ୟ ଦେଇ ଯାଇଥିବା ରାସ୍ତା ତୁଳସୀପୁର- ହଳଦିଆ ରାସ୍ତାକୁ ସଂଯୋଗ କରୁଛି। ୬ ଗୋଟି ମୌଜାର ଲୋକଙ୍କ ସହ ଆଖପାଖର ଲୋକଙ୍କୁ ଖୋର୍ଦ୍ଧା ଯିବାକୁ ସହଜ ହୋଇଥାଏ। ହେଲେ ଏହି ରାସ୍ତା ଏବେ ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିଛି। ଏହି ରାସ୍ତା ପାଇଁ ରାସ୍ତା ରୋକ ଧର୍ମଘଟ ବି ହୋଇଛି। ଜିଲ୍ଲାପାଳ ଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଟରେ ଅଭିଯୋଗ ବି ପଡିଛି । ହେଲେ ଅବସ୍ଥାର କିଛିବି ପରିବର୍ତ୍ତନ ହୋଉନାହି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now