ଓଡ଼ିଶା

ଆଦିବାସୀଙ୍କ ଜମି ହଡପ ହେଉଛି

ଭୁବନେଶ୍ବର: ଆଦିବାସୀଙ୍କ ଜମିକୁ ଚଞ୍ଚକତା କରି ହଡପ। ରାଜଧାନୀରେ କିଛି ମୁଷ୍ଟମେୟ ବିଲଡର ଗରିବ ଆଦିବାସୀଙ୍କ ଜମି ହଡପ କରୁଥିବା ଅଭିଯୋଗ। ଭୁବନେଶ୍ୱର ଘାଟିକିଆ ମୌଜାରେ ଏକ ବିଲଡର ସଂସ୍ଥା ଏହି ଜମିକୁ ହଡପ କରିଥିବାର ଅଭିଯୋଗ କରିଛନ୍ତି ସାମ୍ୱାଦିକ ସମ୍ମିଳନୀରେ।

ଆଦିବାସୀଙ୍କ ଜମିକୁ ହଡପ କରିବାକୁ ଅଭିନବ ଉପାୟ ଅବଲମ୍ୱନ କରୁଛନ୍ତି ଜମି ମାଫିଆ। ସେମାନଙ୍କ ଜାତି ସହର ହୋଇଥିଲା ବେଳେ ସଅର ଅବା ସବର୍ଣ୍ଣ ଲେଖି ମୂଲ୍ୟବାନ ଜମିକୁ ସମଷ୍ଟି ବିଲଡର ହାତେଇଛି ବୋଲି ଅଭିଯୋଗ କରିଛନ୍ତି। ୨୪ ଘଣ୍ଟା ଭିତରେ ଏହି ଚଞ୍ଚକତାର ତଦନ୍ତ କରି ସଂପୃକ୍ତ ବିଲଡର ସଂସ୍ଥାକୁ କଳାତାଲିକାଭୁକ୍ତ କରିବାକୁ ଦାବି ହୋଇଛି। ଏଥିସହ ଏହି ଚଞ୍ଚକତା କରିଥିବା  ସମଷ୍ଟି ଇନଫ୍ରାଷ୍ଟ୍ରକଚରର ଏମଡି ଓ ନିର୍ଦେଶକଙ୍କୁ ଗିରଫ କରିବାକୁ ଓ ଜମିକୁ ବେଆଇନ ଦଖଲରୁ ମୁକ୍ତ କରିବାକୁ ଦାବି ହୋଇଛି। ସେମାନଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ ।

Leave a Reply

Your email address will not be published.

Back to top button