ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ 

Spread the love

ସମ୍ବଲପୁର : ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଓଡ଼ିଶା ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଏହି ଟିମ୍ ଆଜି ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ମହାନଦୀର ଜଳ ସ୍ଥିତି ଅନୁଧ୍ୟାନ କରିବେ । ଗତକାଲି ଏହି ଟିମ୍ ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚିବା ପରେ ସମ୍ବଲପୁରରେ ଆସି ପହଂଚିଥିଲେ । ଏହି ଟିମ୍ ଓଡ଼ିଶାରେ ମହାନଦୀ କ୍ଷେତ୍ର ପରିଦର୍ଶନ କରିବେ, ଆଜି ହୀରାକୁଦ ଡ୍ୟାମ୍ ର ସ୍ଥିତି ଅନୁଧ୍ୟାନ କରିବା ସହ ବିସ୍ତୃତ ତଥ୍ୟ ସଂଗ୍ରହ କରିବେ । ଏଥିସହ ବୁର୍ଲା ପାୱାର ହାଉସ୍ ବୁଲି ଦେଖିବେ । ଛତିଶଗଡ଼ ଏବଂ ଓଡ଼ିଶାର ଜଳ ସମ୍ପଦ ବିଭାଗ ଅଧିକାରୀ, ବୈଷୟିକ ଟିମ୍ ଏବଂ ଆଇନ ବିଶେଷଜ୍ଞ ମାନେ ଟ୍ରିବ୍ୟୁନାଲ ଟିମ୍ ସହିତ ଉପସ୍ଥିତ ରହିବେ ।

ଆସନ୍ତାକାଲି ଟିମ୍ ଚିପିଲିମା ପାୱାର ହାଉସ୍ ସହ ଅତାବିରା ବ୍ରାଂଚ କେନାଲ, ଶାସନ କେନାଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୨ ତାରିଖରେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଇବ୍ ଥର୍ମାଲ ପାୱାର ଏବଂ ଡ୍ୟାମ୍ ପ୍ରୋଜେକ୍ଟ ସାଇଡ୍ ପରିଦର୍ଶନ କରିବେ । ୨୩ ତାରିଖରେ ନୂଆପଡ଼ା ଜିଲ୍ଲା ଅପର ଜୋନ୍ ଡ୍ୟାମ୍ ସାଇଡ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।           

ଏହି ଟିମ୍ ରେ ରହିଛନ୍ତି ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ଏଏମ ଖାନୱିଲକର, ଡଃ. ଜଷ୍ଟିସ୍ ରବି ରଞ୍ଜନ ଏବଂ ଶ୍ରୀମତୀ ଜଷ୍ଟିସ୍ ଇନ୍ଦରମିତ କୌର ।

Leave a Reply

Your email address will not be published. Required fields are marked *