Malkangiriଓଡ଼ିଶା

ରାଜ୍ୟସ୍ତରୀୟ ପ୍ରକୃତିମିତ୍ର ପୁରସ୍କାର ପାଇ ସମ୍ବାଦ ସାହିତ୍ୟ ଘର ମାଲକାନଗିରି ଶାଖା ଗର୍ବିତ

ମାଲକାନଗିରି : ରାଜ୍ୟସ୍ତରୀୟ ବିଶ୍ଵ ପରିବେଶ ଦିବସ ଓ ପ୍ରକୃତିମିତ୍ର ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ଵର ଲୋକସଭା ଭବନ ସ୍ଥିତ ରାଜ୍ୟ କନଭେନ୍ସନ୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ୨୦୨୨-୨୩ ବର୍ଷରେ ରାଜ୍ୟରେ ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ କାର୍ଯ୍ୟ କରିଆସୁଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଗୁଡ଼ିକ ମୁଖ୍ୟଅତିଥି ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ମାଲକାନଗିରି ସମ୍ବାଦ ସାହିତ୍ୟ ଘର ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପ୍ରଚାର ପ୍ରସାର ସହ ଜିଲ୍ଲାରେ ପରିବେଶର ସୁରକ୍ଷା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରି ବିଗତ ବର୍ଷ ଗୁଡ଼ିକରେ ବିଦ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକରେ ବନ ବିଭାଗର ମିଳିତ ସହଯୋଗରେ ବୃକ୍ଷରୋପଣ ଓ ଏହାର ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବାଦ ସାହିତ୍ୟ ଘରର ପ୍ରାକ୍ତନ ସଭାପତି ତଥା ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ଡଃ. ରଞ୍ଜନ କୁମାର ସ୍ଵାଇଁ ଭୁବନେଶ୍ଵର ଠାରେ ମୁଖ୍ୟଅତିଥିଙ୍କ ଠାରୁ ପୁରସ୍କାର ରାଶି ଓ ମାନପତ୍ର ଗ୍ରହଣ କରି ମାଲକାନଗିରି ଜିଲ୍ଲାର ଗୌରବ ବୃଦ୍ଧି କରିଥିବାରୁ ସମ୍ବାଦ ସାହିତ୍ୟ ଘର ଓ ଜିଲ୍ଲା ବାସୀଙ୍କ ତରଫରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଉଛି । ଆଗାମୀ ଦିନରେ ପରିବେଶର ସୁରକ୍ଷା ପାଇଁ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ରେ ଏପରି କାର୍ଯ୍ୟକ୍ରମ କରାଯିବାକୁ ଲକ୍ଷ୍ୟ ସ୍ଥିର କରାଯାଇଛି ।

Leave a Reply

Your email address will not be published.

Back to top button