
ନୂଆଦିଲ୍ଲୀ: ଚିଟଫଣ୍ଡ ମାମଲାରେ ସିବିଆଇକୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଅଗ୍ରଗତି ସଂପର୍କରେ ଜଣାଇବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୋମବାର ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ରହିଥିବା ବେଳେ ପରବର୍ତ୍ତୀ ଶୁଣାଣି ମଧ୍ୟ ହେବ ।
ମାମଲାର ଅଗ୍ରଗତି ସଂପର୍କରେ ସୋମବାର ସୁଦ୍ଧା ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ମାମଲାର ହେବ ପରବର୍ତ୍ତୀ ଶୁଣାଣୀ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଜବାବ ତଲବ ପରେ ଏବେତଦନ୍ତକୁ ବିଳମ୍ବିତ କରିବାର କୈାଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ। ପ୍ରକୃତ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାର କର୍ପସ ଫଣ୍ଡ କରିଛନ୍ତି। ସିବିଆଇ ନିଜ ବିଶ୍ୱସନୀୟତା କୁ ଠିକ ରଖିବା ପାଇଁ ଠିକଣା ସମୟରେ ତଦନ୍ତ କରନ୍ତୁ ବୋଲି ଅମର କହିଛନ୍ତି ।
ସେପଟେ ରାଜ୍ୟ ସରକାର ନିର୍ବାଚନୀ ବୈତରଣୀ ପା଼ରି ହେବା ପାଇଁ କର୍ପସ ପାଣ୍ଠି କରିଥିଲେ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଚିଟଫଣ୍ଡ ଜମାକାରୀ ଟଙ୍କା ଫେରସ୍ତ ପାଆନ୍ତୁ ବୋଲି ସରକାରଙ୍କ ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।
ତେବେଓଡିଶାରେ ୧୨ଶହରୁ ବେଶୀ ଚିଟଫଣ୍ଡ ସଂସ୍ଥା ପ୍ରାୟ ୫୦ ଲକ୍ଷରୁ ବେଶୀ ଜମାକାରୀଙ୍କୁ ଠକି ଲୁଟିଥିଲେ ଅର୍ଥ। କର୍ପସ ଫଣ୍ଡ କରି କିଛି ହାତ ଗଣତି କ୍ଷୁଦ୍ର ଜମାକାରୀଙ୍କୁ ବାଦ ଦେଇ ଆଉ କେହି କିଛି ପାଇଲେ ନାହିଁ। ସେପଟେ ଠକ ସଂସ୍ଥା ଠାରୁ ବହୁ କୋଟି ଅର୍ଥ ଆଦାୟ କରାଯାଇଛି । କିନ୍ତୁ ଆଦାୟ ଅର୍ଥ କ୍ଷତିଗ୍ରସ୍ତକାରୀଙ୍କୁ କେବେ ମିଳିବ ତାହା କୁ ସଭିଏଁ ଅପେକ୍ଷା କରି ରହିଛନ୍ତି ।
ଜ୍ୟୋତିମଞ୍ଜରୀ ସାହୁ ଓ ନବକିଶୋର ସାହୁ