ସାଲେପୁର: ଆବାସ ଯୋଜନାରୁ ବାଦ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ଓ ରାଜ୍ୟର ସହାୟତାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଏଥିରେ ପେଶି ହେଉଛନ୍ତି ସାଧାରଣ ଜନତା । ସରକାରୀ ସହାୟତରୁ ଘର ଖଣ୍ଡିଏ ପାଇବାକୁ ଆଶା ବାନ୍ଧି ବସିଥିଲେ ମଧ୍ୟ ତାଲିକାରୁ ବାଦ ପଡୁଥିବା ଅଭିଯୋଗ ହୋଇଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ତରତ ଶାସନ ପଞ୍ଚାୟତର ନାରାୟଣ ଉପାଧ୍ୟାୟ, ସାଲେପୁର ବ୍ଲକର ଚନ୍ଦ୍ରାଦେଇପୁରର ବାବାଜୀ କାଣ୍ଡି ଏବଂ ମାହାଙ୍ଗା ବ୍ଲକ ନୃତାଙ୍ଗ ଗାଁର ଜନ୍ମେଜୟ ଜେନା। ଏମାନେ ସମସ୍ତେ ଫନି ବାତ୍ୟାରେ ନିଜର ଚାଳ ଘର ହରାଇଛନ୍ତି। ସେହିଦିନ ଠାରୁ ପକ୍କା ଘର ଖଣ୍ଡିଏ ପାଇବା ଆଶାରେ ସରକାରଙ୍କୁ ଗୁହାରି କରି ଆସୁଛନ୍ତି। 2019-20 ଆର୍ଥିକ ବର୍ଷରୁ ଆଜି ପର୍ଯ୍ୟନ୍ତ 5ଥର ଯୋଗ୍ୟ ହିତାଧିକାରୀ ଚୟନ ପାଇଁ ସର୍ଭେ ସରିଛି । ଏମାନେ ଯୋଗ୍ୟ ତାଲିକା ଭୁକ୍ତ ହୋଇ ମଧ୍ୟ ଏଯାଏଁ ଘର ଖଣ୍ଡେ ମିଳିପାରିନାହିଁ ।
ଫନି ବାତ୍ୟାରେ ଓଡିଶା ର ଉପକୂଳ ଜିଲ୍ଲା ରେ ଅନେକ ବାସହରା ହୋଇଯାଇଥିଲେ । ସେଥିପାଇଁ ଓଡିଶା ସରକାର କେନ୍ଦ୍ର ସରକାର ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବାସହରା ଲୋକଙ୍କୁ ଘର ଦେବା ନିମନ୍ତେ ମୋଟ ଅର୍ଥ ର 90ପ୍ରତିଶତ କେନ୍ଦ୍ର ଓ 10ପ୍ରତିଶତ ରାଜ୍ୟ ଅର୍ଥ ରାଶି ପ୍ରଦାନ କରିବାକୁ ନିବେଦନ କରିଥିଲେ । ତେବେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିବା ସହିତ ପୂର୍ବ ଭଳି 60 ପ୍ରତିଶତ କେନ୍ଦ୍ର ଓ 40ପ୍ରତିଶତ ରାଜ୍ୟ ଦେବା ହାର ରେ ପ୍ରଦାନ କରିବାକୁ ରାଜି ହୋଇଥିଲେ । ସେହିଭଳି ଆବାସ ଯୋଜନା ରେ 1000କୋଟି ଟଙ୍କାର ଦୁର୍ନୀତି ହୋଇଥିବା କେନ୍ଦ୍ରୀୟ ଟିମ ତଦନ୍ତ କରି ରିପୋର୍ଟ ଦେଇଥିବା କେନ୍ଦ୍ର କହୁଥିଲା ବେଳେ ଆବାସ ପ୍ଲସ ରେ ନୂତନ ଯୋଗ୍ୟ ହିତାଧିକାରୀ ଙ୍କୁ ତାଲିକା ଭୁକ୍ତ କରିବାକୁ କେନ୍ଦ୍ର ସରକାର ଆବାସ ପ୍ଲସ ପୋର୍ଟାଲ ବନ୍ଦ କରିଦେଇଥିବା ଅଭିଯୋଗ କରିଛି ରାଜ୍ୟ ପଞ୍ଚାୟତରାଜ ବିଭାଗ ।
ସେପଟେ ଆସନ୍ତା 2023 ମସିହା ଜାନୁଆରୀ 16ତାରିଖ ରେ ଆବାସ ଯୋଜନା ର ପୋର୍ଟାଲ ରେ ଉଭୟ ଫନି ପ୍ରପୀଡ଼ିତ ଓ ଭୁମି ହୀନ ହିତାଧିକାରୀଙ୍କୁ ଘର ଯୋଗାଇ ଦେବା ନିମନ୍ତେ ସମ୍ପୂର୍ଣ୍ଣ ତାଲିକା ପ୍ରକାଶ କରାଯିବ ଏବଂ 18 ତାରିଖରୁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର ନିର୍ମାଣ ନିମନ୍ତେ ପ୍ରଥମ କିସ୍ତି ପ୍ରଦାନ କରାଯିବ ବୋଲି କହିଛନ୍ତି ନିଶ୍ଚିନ୍ତକୋଇଲି ବିଡ଼ିଓ ।
ତେବେ ଏହି ବାସହରା ହିତାଧିକାରୀ ମାନଙ୍କୁ ଆବାସ ଯୋଜନାରେ କେବେ ଘର ମିଳୁଛି ତାକୁ ଅପେକ୍ଷା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now