ଆଧାର କାର୍ଡ ନଥିଲେ ମଧ୍ୟ ସ୍କୁଲରେ ଆଡ଼ମିଶନ ହେବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପରବର୍ତ୍ତୀ ସମୟରେ ଆଧାରକାର୍ଡ କରି ସ୍କୁଲରେ ଦାଖଲ କରିପାରିବେ। ଯେଉଁ ପିଲାଙ୍କ ଆଧାର କାର୍ଡ ନାହିଁ ତାଙ୍କର କେମିତି ଆଧାର କାର୍ଡ ହୋଇପାରିବ ସେଥିପାଇଁ ସରକାର ବ୍ୟବସ୍ଥା କରିବେ। ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ , ସରକାର ଦୋମୁହାଁ ନୀତି ଅବଲମ୍ବନ କରିଛନ୍ତି । ସରକାର ଯଦି ପିଲା ମାନଙ୍କ ଭବିଷ୍ୟତ ସହ ଖେଳ ଖେଳିବେ ତେବେ ଜନ ସାଧାରଣ କେବେ କ୍ଷମା ଦେବେ ନାହିଁ । କଂଗ୍ରେସ ଦଳ ଏହାର ମୁକାବିଲା କରିବ ଲଢେଇ କରିବ । ପିଲା ମାନେ ଆଧାର କାର୍ଡ ନଥିବାରୁ ଜଏନ ହୋଇ ପାରୁନାହାଁନ୍ତି । ପୂର୍ବ ରୁ ବାପା ମା ଙ୍କ ଆଧାର କାର୍ଡ ରେ ପିଲା ମାନେ ଜଏନ ହୋଇ ପାରୁଥିଲେ । ବର୍ତ୍ତମାନ୍ ଜଏନ ହୋଇ ପାରୁ ନାହାଁନ୍ତି । ଏହା କେଉଁ ଆଇନ ରେ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଦି ଗ ରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା କୁ ସେ ଦାବି କରିଛନ୍ତି । ନ ହେଲେ ଜନ ସାଧାରଣ ଅସୁବିଧା ରେ ପଡ଼ିବେ ସରକାର ହନ୍ତସନ୍ତ ହେବେ

Naxatra News is now on Whatsapp
Join and get latest news update delivered to you via whatsapp
Join Now