Balangir

ବଲାଙ୍ଗୀର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର

ବଲାଙ୍ଗୀର : ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନଫରେନ୍ସ ହଲ ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବଲାଙ୍ଗୀର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ଆୱାର୍ଡରେ ସମ୍ମାନିତ କରିଥିଲେ । ବଲାଙ୍ଗୀର ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସମ୍ପାଦକ ତଥା କରାଟେ କୋଚ ଅସୀମ କୁମାର ଭୋଇ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଠାରୁ ଏହି ପ୍ରକୃତି ମିତ୍ର ଆୱର୍ଡ ଓ ୨୦ହଜାର ଟଙ୍କା ଅର୍ଥ ରାଶି ଗ୍ରହଣ କରିଛନ୍ତି । ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନ କନଫରେନ୍ସ ହଲ ଠାରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୁପେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ଦ୍ୱାରା ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଦୀପ କୁମାର ଅମାତ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ଜଳବାୟୁ ପରିବର୍ତନ ଓଡିଶା ସକାର, ସତ୍ୟବ୍ରତ ସାହୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଦେବୀଦତ ବିଶ୍ୱାଲ ରାଜ୍ୟ ଜଙ୍ଗଲ ବାହିନୀ ମୁଖ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଏହି କରାଟେ ଅନୁଷ୍ଠାନ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବା, ଝିଅମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେବା, ଜଳ ସଂରକ୍ଷଣ, ଜଙ୍ଗଲ ବଂଚାଅ ସଚେତନତା, ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ତଥା ଅନେକ ସାମାଜିକ କାର୍ଯ୍ୟକ୍ରମ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ବଲାଙ୍ଗୀର ଜିଲ୍ଲା କରାଟେ ଅର୍ଗାନାଇଜେସନ କୁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ସୁରକ୍ଷା ବିଭାଗ ଦ୍ୱାରା ଭୁବନେଶ୍ୱର ଠାରେ ପ୍ରକୃତି ମିତ୍ର ଆୱାର୍ଡ ପ୍ରଦାନ କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button