ଓଡ଼ିଶା

ସକାଳେ ଧାରଣା, ସନ୍ଧ୍ୟାରେ କିଣାକିଣି

ଭୁବନେଶ୍ବର: ଗୋଟେ ପଟେ ଧାରଣା, ଅନ୍ୟପଟେ ବେପାର l ସକାଳେ ଧାରଣାରେ ବସୁଛନ୍ତି ଓ ସନ୍ଧ୍ୟା ହେଲେ ବଜାର ବୁଲୁଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ। କଂଗ୍ରେସ ଭବନଠାରୁ ଆରମ୍ଭ କରି ଲୋୟର ପିଏମଜି ପର୍ଯ୍ୟନ୍ତ ଜାଗାରେ ମାଡି ବସିଛନ୍ତି l ଫଳ ଠାରୁ ଆରମ୍ଭ କରି କମ୍ବଳ, ଛତା, ଜୋତା ସବୁ ଜିନିଷ ମିଳୁଛି l ଧାରଣା ସ୍ଥଳ ଏକ ପ୍ରକାର ମିନି ବାଲିଯାତ୍ରା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି l

୩ ଦିନ ତଳୁ ଆରମ୍ଭ ହୋଇଥିବା ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ରାଜଧାନୀକୁ ଏକ ପ୍ରକାର ରୁନ୍ଦି ଦେଲାଣି l ଆନ୍ଦୋଳନକାରୀଙ୍କ ପାଇଁ ଏବେ ସହରବାସୀଙ୍କଠାରୁ ଆରମ୍ଭ କରି ପୋଲିସ ସମସ୍ତେ ନାକେଦମ୍ l ସକାଳ ୧୦ରୁ ରାତି ୯ ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼ ହେଉଥିବା ଦେଖିବାକୁ ମିଳିଛି l ଏସବୁ ଭିତର ଲାଭବାନ ହେଉଛନ୍ତି ବେପାରୀ l ସକାଳଠୁ ସଞ୍ଜ ଭିଡ଼ ପାଇଁ ବେପାର ଜମୁଛି l ବିକ୍ଷୋଭକାରୀ ସକାଳେ ଧାରଣସ୍ଥଳରେ ବିକ୍ଷୋଭ କରୁଥିବା ବେଳେ ସନ୍ଧ୍ୟା ହେଲେ ବାପୁଜୀ ନଗର ଓ ଅଶୋକ ନଗର ମାର୍କେଟ ବୁଲି କିଣାକିଣି କରୁଛନ୍ତି l ରବୀନ୍ଦ୍ର ମଣ୍ଡପ ଓ ଜୟଦେବ ଭବନ ବୁଲି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ମଧ୍ୟ ନେଉଛନ୍ତି l

ଶାଢୀ, ଚୁଡ଼ି, କମ୍ବଳ, ଚେନ୍, ଚଷମା ଭଳି ବିଭିନ୍ନ ଜିନିଷ ବିକ୍ରି କରି ଭଲ ଦି ପଇସା ରୋଜଗାର କରିପାରୁଥିବା କହିଛନ୍ତି ବ୍ୟବସାୟୀ l ସବୁଦିନ ବିଏମସି ଓ କଂଗ୍ରେସ କମିଟିର ସଦସ୍ୟ ଏହି ଉଠା ବେପାରୀ ମାନଙ୍କୁ ଉଠାଉ ଥିବାବେଳେ ଏବେ ଭଲ ଦି ପଇସା ଇନକମ୍ କରି ଖୁସି ଅଛନ୍ତି ବେପାରୀl

ଆଗକୁ ଏହି ଧାରଣା କେତେଦିନ ଜାରି ରହିବ ଓ ବେପାରୀ ମାନେ ଏହାର କେତେ ଫାଇଦା ଉଠାଉଛନ୍ତି ତାହା ଦେଖିବାକୁ ବାକି ରହିଲା l

ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button