ଓଡ଼ିଶା

ଜନବସତି ମୁହାଁ ସମୁଦ୍ର

ତିର୍ତ୍ତୋଲ:  କୂଳ ଲଙ୍ଘୁଛି ସମୁଦ୍ର।  ମାଡିଆସୁଛି ସମୁଦ୍ର ଜନବସତି ଆଡକୁ । ବିପଦରେ ପର୍ଯ୍ୟଟନସ୍ଥଳୀ। ଜଗତସିଂହପୁର ଏରସମା ବ୍ଲକ ସମୁଦ୍ର କୂଳିଆ ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ଏରସମା ବ୍ଲକ ଗଡହରିଶପୁର ମୁହାଣ ଠାରୁ ଜଟାଧାର ମୁହାଣ ମଧ୍ୟରେ ଚାରୋଟି ସ୍ଥାନରେ ସମୁଦ୍ର ପାଣି ପଶିଛି। ଶିଆଳି ପର୍ଯ୍ୟଟନ ସ୍ଥଳି ଠାରେ ପୁଣି ସମୁଦ୍ର କୂଳ ଲଙ୍ଘୁଥିବା ଦେଖିବାକୁ ମିଳିଛି। ସମୁଦ୍ର ସ୍ଥଳ ଭାଗ ଆଡ଼କୁ ମାଡି ଆସିବା ଯୋଗୁ ଏଠାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ବେଳାଭୂମିରେ ଥିବା ଭିୟୁ ଟାୱାର ମଧ୍ୟ କ୍ଷତି ଗସ୍ତ ହୋଇଛି । ଭିୟୁ ଟାୱାର ପାଖକୁ ଆସି ସମୁଦ୍ର ଜୁଆର ପିଟି ହେବା ଯୋଗୁ ଏହା ଭୁଷୁଡି ପଡିବାର ଆଶଙ୍କା ଦେଖା ଦେଇଛି। ପ୍ରତିବର୍ଷ ବର୍ଷା ଦିନେ ବାରମ୍ବାର ଏଠାରେ ସମୁଦ୍ର କୂଳ ଲଙ୍ଘି ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାର କୌଣସି ସ୍ଥାୟୀ ପ୍ରତିକାର କରାଯାଇ ନାହିଁ।

ପ୍ରଶାସନର ଉଦାସୀନତା ଓ ସମୁଦ୍ରର ଉଗ୍ରତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ଭୟ। ପ୍ରଶାସନ ଏହି ଦିଗରେ ଉପଯୁକ୍ତ ପଦକ୍ଷେପ ନ ନେଲେ ସମୁଦ୍ର ଜନବସତି ଭିତରକୁ ପଶି ଆସିବ ଓ ଏକାଧିକ ଗାଁ ଜଳମଗ୍ନ ହୋଇଯିବା ଆଶଙ୍କାରେ ଲୋକଙ୍କ ଆଖିରୁ ନିଦ ହଜିଗଲାଣି। ସେପଟେ ସମୟ ଥାଇ ହେନ୍ତାଳ ବଣ, ଝାଉଁ ବଣ ସୃଷ୍ଟି କରିବାକୁ ପରିବେଶବିତମାନେ ମତ ଦେଇଛନ୍ତି।

Leave a Reply

Your email address will not be published.

Back to top button