ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ହଟିଲେ ସଚିବ, ଅରବିନ୍ଦ ଅଗ୍ରୱାଲ ନୂଆ ଉଚ୍ଚଶିକ୍ଷା ସଚିବ

Spread the love

ଭୁବନେଶ୍ୱର : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ବିଭାଗୀୟ ସଚିବଙ୍କୁ ମଧ୍ୟ ତାଙ୍କ ପଦବୀରୁ ହଟାଯାଇଛି । ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ ବଦଳି କରି ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଦାୟିତ୍ୱ ଦିଆଯାଇଛି । ଏହାସହ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ୍ (ଓଏଚପିସି) ଅଧ୍ୟକ୍ଷ ପଦରୁ ମଧ୍ୟ ବିଷ୍ଣୁପଦଙ୍କୁ ହଟାଯାଇଛି । ବିଷ୍ଣୁଙ୍କ ସ୍ଥାନରେ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱ ଦିଆଯାଇଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତମାନ ସାମାଜିକ ସୁରକ୍ଷା , ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶକ , ତଥା ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଭାବେ ବଦଳି କରାଯାଇଛି । ତେବେ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ସେହିପରି ଅର୍ଥ ସଚିବ ବିଶାଲ କୁମାର ଦେବଙ୍କୁ ଓଏଚପିସି ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *