() ଆରମ୍ଭ ହୋଇଛି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା। ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ନେଇଛନ୍ତି ୭ ଜିଲ୍ଲାର ୯୮୨ ଜଣ ବରିଷ୍ଠ ନାଗରିକ l ଆଜି ଭୁବନେଶ୍ବର ରେଳ ଷ୍ଟେସନରୁ ସ୍ବତନ୍ତ୍ର ଟ୍ରେନରେ ଆହ୍ଲାବାଦ ଓ ବାରଣାସୀ ୬ ଦିନିଆ ଯାତ୍ରା କରିଛନ୍ତି ତୀର୍ଥଯାତ୍ରୀ। ତେବେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ତୀର୍ଥଯାତ୍ରାରେ ବାହାରିଛନ୍ତି ୭ ଜିଲ୍ଲାର ୯୮୨ ଜଣ ତୀର୍ଥଯାତ୍ରୀ l ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବରିଷ୍ଠ ନାଗରିକଙ୍କ ଆଶା ପୂରଣ କରିଛନ୍ତି ରାଜ୍ୟ ସରକାର। ଆଜି ଦ୍ୱିତୀୟ ପର୍ଯ୍ୟାୟରେ ତୀର୍ଥଯାତ୍ରାରେ ବାହାରିଛନ୍ତି ୯୮୨ ଜଣ । ଭୁବନେଶ୍ବର ରେଳ ଷ୍ଟେସନରୁ ସ୍ବତନ୍ତ୍ର ଟ୍ରେନରେ ଆହ୍ଲାବାଦ ଓ ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି ତୀର୍ଥଯାତ୍ରୀ। ଏହି ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋର୍ଦ୍ଧା ଜିଲ୍ଲାପାଳ, ମଧ୍ୟ ବିଧାୟକ, ମେୟର, ଏବଂ ବିଧାୟକଙ୍କ ଉପସ୍ଥିତିରେ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ ହୋଇଥିଲା l
ସମସ୍ତ ତୀର୍ଥଯାତ୍ରୀ ଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ଆବଶ୍ୟକୀୟ କିଟ୍ । ଆବଶ୍ୟକ ସୁବିଧା ସହ କରାଯାଇଛି ଗାଇଡ୍ ବନ୍ଦୋବସ୍ତ l 2ଟି ମେଡିକାଲ ଟିମ ସହ ୨୯ ଜଣ ଏସ୍କର୍ଟ ଅଫିସର ରହିଛନ୍ତି l ଆର୍ଥିକ ଏବଂ ପାରିପାର୍ଶ୍ଵିକ ପରିସ୍ଥିତିରେ ତୀର୍ଥରେ ଯାଇପାରୁନଥିବା ବୟସ୍କ ନାଗରିକ ଆଜି ସରକାରଙ୍କ ଏହି ଯୋଜନାରେ ସାମିଲ ହୋଇ ବେଶ ଖୁସି ବ୍ୟକ୍ତ କରିଛନ୍ତି l
୨୦୧୯ରେ ଆରମ୍ଭ ହୋଇଥିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା।ତେବେ ଏହି ଯୋଜନା ରେ ପାଖାପାଖି ୧୦୦୦ ଜଣ ଯାତ୍ରୀଙ୍କୁ ନେଇ ରାଜଧାନୀ ରେଳ ଷ୍ଟେସନ୍ରୁ ଆରମ୍ଭ ହୋଇଥିଲା ୬ ଦିନିଆ ତୀର୍ଥଯାତ୍ରା। ଚଳିତ ବର୍ଷ ମଧ୍ୟ ଏହି ଯୋଜନାରେ ଉପକୃତ ହୋଇଛନ୍ତି ୯୮୨ ଜଣ ତୀର୍ଥଯାତ୍ରୀ l
ସ୍ୱରୂପା ମହାପାତ୍ର ଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now