ଓଡ଼ିଶା

ବରିଷ୍ଠ ନାଗରିକ ମାନେ ସମାଜ ପାଇଁ କେବେ ଅଲୋଡା ନୁହଁନ୍ତି : ଏସପି

ସୁବର୍ଣ୍ଣପୁର : ଗତକାଲି ସୁବର୍ଣ୍ଣପୁର ଶ୍ରୀ ଗୋପାଳଜୀ ଯୋଗାଳୟ ଠାରେ ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଯୋଗଦେଇ ବରିଷ୍ଠ ନାଗରିକ ମାନେ ସମାଜ ପାଇଁ କେବେ ଅଲୋଡ଼ା ନୁହନ୍ତି ବୋଲି ମତ ରଖି ସମାଜ ପ୍ରତି ଥିବା ଆପଣ ମାନଙ୍କ ଅନେକ ଦାୟିତ୍ଵ କର୍ତ୍ତବ୍ୟ ସବୁକୁ ଠିକ ଭାବେ ନିଭାଇବାକୁ ପରାମର୍ଶ ଦେଇଥିଲେ। ସଭାପତି ଡ଼. ଜ୍ୟୋତିରଞ୍ଜନ ବହିଦାର ସଭାରେ ସଭାପତିତ୍ଵ କରି ଜ଼ିଲ୍ଲାର ପ୍ରତ୍ୟକ ଉନ୍ନ୍ନୟନମୂଳକ କାର୍ଯ୍ୟ ପାଇଁ ବରିଷ୍ଠ ନାଗରିକଙ୍କ ସହିତ ମତ ଓ ପରାମର୍ଶ ଗ୍ରହଣ କରିବାକୁ ଓ ମେଡିକାଲ, ବ୍ୟାଙ୍କରେ ଏମାନଙ୍କୁ ସ୍ଵତନ୍ତ୍ର ଅଗ୍ରାଧିକାର ଦିଆଯିବାକୁ ଦାବି ଉପସ୍ଥାପନା କରିଥିଲେ। ସମ୍ମାନିତ ଅତିଥି ଭାବେ ଗୋରେଖନାଥ ସାହୁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଆର୍ତ୍ତତ୍ରାଣ ବାବୁ ଯୋଗଦେଇ ଜ଼ିଲ୍ଲାରେ ଶତାୟୁ ନାଗରିକଙ୍କୁ ଚି଼ହ୍ନଟ କରି ସମ୍ବର୍ଦ୍ଧିତ କରାଯିବାକୁ ଏବଂ ସରକାରୀ ସୁବିଧାରୁ ବଞ୍ଚିତ ଥିବା ଗ୍ରାମାଞ୍ଚଳର ସମସ୍ତ ବରିଷ୍ଠ ନାଗରିକଙ୍କ ପାଇଁ ସବୁ ସୁବିଧା ଯୋଗାଇବାର ଉଦ୍ୟମ ଆରମ୍ଭ କରିବାକୁ ଆଜିର ଦିନରେ ଆମେ ସଂକଳ୍ପ ନେବା ବୋଲି ମତ ରଖିଥିଲେ। ୮୦ ବର୍ଷରୁ ଉର୍ଧ୍ଵ ୫ ଜଣ ବରିଷ୍ଠ ନାଗରିକଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇ ଥିଲା। ଶେଷରେ ପ୍ରଦୀପ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.

Back to top button