ରାସ୍ତାରେ ଲହଡି ମାରୁଛି ନର୍ଦ୍ଦମା ପାଣି

କଟକ: ସ୍ୱରେଜ ଲାଇନ ପାଣି ପାଇପ ଲିକ ହୋଇ ରାସ୍ତାରେ ନର୍ଦ୍ଦମା ପାଣି ଲହଡି ମାରୁଛି । ସିଡିଏ ସେକ୍ଟର ୮ ରେ ଏଭଳି ହୋଇଥିବା ବେଳେ ଦୁର୍ଗନ୍ଧ ପାଣି ଜମି ରହିବା ଦ୍ବାରା ଘରୁ ବାହାରିବା ବି ମୁସ୍କିଲ ହୋଇପଡିଛି। ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁ ନଥିବାରୁ ଆଗକୁ କୋର୍ଟର ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ। ସେପଟେ ମେୟର ଓ କମିଶନର ଘଟଣାସ୍ଥଳ ବୁଲି ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ଘର ସମ୍ମୁଖରେ ଜମି ରହିଥିଲା ସ୍ୱରେଜର ନର୍ଦ୍ଦମା ପାଣି। ଦୁର୍ଗନ୍ଧମୟ ପରିବେଶରେ ରହିବା ମୁସ୍କିଲ ହୋଇପଡିଥିଲା । ଅଭିନବ ବିଡାନାସୀ ବା ସାଟେଲାଇଟ ସିଟି ରେ ରହିବାର ସ୍ବପ୍ନ ଦେଖିଥିଲେ ସ୍ଥାନୀୟ ବାସିନ୍ଦା। ହେଲେ ଘର ସମ୍ମୁଖରେ ଲହଡି ମାରୁଥିବା ଏହି ନର୍ଦ୍ଦମା ପାଣି ଚଳିବାରେ ସମସ୍ୟା ସୃଷ୍ଟି କରୁଛି । ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁ ନଥିବାରୁ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି ବାସୀନ୍ଦା।
ଅନ୍ୟପଟେ ଆଜି ଘଟଣା ସ୍ଥଳ ବୁଲି ଦେଖିବା ସହ କିପରି କାର୍ଯ୍ୟ ଶୀଘ୍ର ଶେଷ ହେବ ସେ ନେଇ ସ୍ପଷ୍ଟ କରିଛନ୍ତି ମେୟର। ଗତକାଲି ଠୁ ସିଡିଏ 8 ନମ୍ବର ରାସ୍ତା ଉପରେ ଲହଡି ମାରୁଛି ସ୍ବରେଜ ପାଣି । ଯାହାକୁ ନେଇ ଅନେକ ଅସୁବିଧା ଉପୁଜିଛି। ଜନସଂଖ୍ୟା ଆଧାର ରେ ଗତ ବର୍ଷ ତୁଳନା ରେ ସିଡିଏ ରେ ଜନସଂଖ୍ୟା ବଢିଛି । ସେଥିପାଇଁ ଏହି ଅସୁବିଧା ଉପୁଜିଛି। ଏହାର ସ୍ଥାୟୀ ସମାଧାନ ପାଇଁ ସମସ୍ତ ଦିଗକୁ ସମୀକ୍ଷା କରଯାଇଛି। କେବଳ ପେଟାନାଳ ର ଉନ୍ନତିକରଣ କାର୍ଯ୍ୟ ପାଇଁ ସ୍ୱରେଜ ଜଳ ଓଭରଫ୍ଲୋ ହୋଇକି ରାସ୍ତା ଉପରକୁ ଆସିଯାଇଛି। ତେବେ ଏହାର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି କହିଛନ୍ତି ମେୟର ସୁବାସ ସିଂ। ଘଟଣା ସ୍ଥଳ ସମୀକ୍ଷା ପରେ ସ୍ୱରେଜ ଲାଇନ ସଫା କାର୍ଯ୍ୟ ଆରମ୍ଭ ହୋଇଛି।….
ସ୍ୱରେଜ ବିଭାଗ, ଡ୍ରେନେଜ ବିଭାଗ,ୱାଟକୋ ଓ ସିଏମସି ପରିସ୍ଥିତିକୁ ନେଇ ଦୋଷ ଲଦା ଲଦି ହେଉଥିବା ବେଳେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ।
ଦୀପ୍ତିରଞ୍ଜନ ଶତପଥିଙ୍କ ରିପୋର୍ଟ