ଭୁବନେଶ୍ୱର : ବର୍ଷିଆନ କମ୍ୟୁନିଷ୍ଟ ନେତା ତଥା ପୁର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ରାଜ୍ୟ ସ୍ତରୀୟ ସ୍ମାରକୀ ବକ୍ତୃତା ସ୍ଥାନୀୟ ଇନ୍ଷ୍ଟିଚ୍ୟୁସନ ଅଫ୍ ଇଞ୍ଜିନିୟରସ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଖ୍ୟାତ ଅର୍ଥନିତୀଜ୍ଞ ପ୍ରଫେସର ପ୍ରଭାତ ପଟ୍ଟନାୟକ – “ନବ୍ୟ ଉଦାରବାଦ ଓ ନବ୍ୟ ଫାଶିବାଦ” ବିଷୟ ଉପରେ ଦିକ୍ଷାନ୍ତ ବକ୍ତବ୍ୟ ରଖିଥିଲେ । ଏହି ସ୍ମାରକୀ ବକ୍ତୃତାରେ ସି.ପି.ଆଇ.(ଏମ୍)ର ପୁର୍ବତନ ପଲିଟ୍ବ୍ୟୁରୋ ସଦସ୍ୟ ତଥା ପଶ୍ଚିମବଙ୍ଗ ବାମ ସାମୁଖ୍ୟର ଅଧ୍ୟକ୍ଷ ବିମାନ ବସୁ , ବରିଷ୍ଠ ସି.ପି.ଆଇ.(ଏମ୍) ନେତା ଜନାର୍ଦ୍ଦନ ପତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଆଲୋଚନା ସଭାରେ ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର, ସନ୍ତୋଷ ଦାସ, ଦୁଷ୍ମନ୍ତ ଦାସ, ବିଷ୍ଣୁ ମହାନ୍ତି ଶିଶିର ହୁଇ, ପ୍ରମୋଦ କୁମାର ସାମଲ ଏବଂ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଞ୍ଚାସିନ ଥିଲେ ।
ପ୍ରଫେସର ପ୍ରଭାତ ପଟ୍ଟନାୟକ କହିଲେ ଯେ ଶିବାଜୀ ପଟ୍ଟନାୟକ ଜଣେ ଉଚ୍ଚକୋଟିର ମୁଲ୍ୟବୋଧ ଭିତିକ ପ୍ରତିଭାବାନ ଏବଂ ସଚ୍ଚୋଟ ରାଜନେତା ଥିଲେ । ଦିର୍ଘ ୭୫ ବର୍ଷ ର ରାଜନୈତିକ ଜୀବନରେ ସଂସଦ ଏବଂ ସଂସଦ ବହିର୍ଭୂତ ସଂଗ୍ରାମରେ ଜଣେ ଅନନ୍ୟ ଅନୁଭବି ନେତା ଥିଲେ । ଶିବାଜୀ ପଟ୍ଟନାୟକଙ୍କ ଆବର୍ତମାନରେ ଆଜି ସମଗ୍ର ଦୁନିଆଁ ଏବଂ ଆମ ଦେଶ ଭାରତ ଏକ ନୂତନ ରାଜନୈତିକ ପରିସ୍ଥିତି ଦେଇ ଗତି କରୁଛି । ଜନବିରୋଧି ନବ୍ୟ ଉଦାରବାଦ ଆର୍ଥିକ ନିତୀ ଏବଂ ନବ୍ୟ ଫାଶିବାଦର କୁ ଚକ୍ରରେ ଭାରତ ବର୍ଷ ଗତି କରୁଛି । ସେ ଆହୁରି କହିଥିଲେ ଦେଶର ଅତି ଧନୀ ଅଂଶର ମାତ୍ର, ୨% ଲୋକଙ୍କ ଉପରେ ୧% (ପ୍ରତିଶତ) ସମ୍ପତି କର ଲାଗୁ କଲେ ସମଗ୍ର ଦେଶବାସୀଙ୍କୁ ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା, ବାସଗୃହ, ପେନସନ, ନିଯୁକ୍ତି ଇତ୍ୟାଦି ମୌଳିକ ଅଧିକାର ଗୁଡିକୁ ସୁନିଶ୍ଚିତ କରାଯାଇପାରିବ ।
ଓଡିଶା ଭଳି ରାଜ୍ୟରେ ଲୋକଙ୍କର ଜୀବନ ଜିବୀକା, ଆର୍ଥିକ ସମସ୍ୟା, ମଜୁରୀ ପ୍ରସଙ୍ଗ, ଜମିର ଅଧିକାର କୃଷକ ଉତ୍ପାଦନ କରୁଥିବା ଜିନିଷର ସାମଗ୍ରିକ ସହାୟକ ମୁଲ୍ୟ, ସମସ୍ତଙ୍କୁ କାମ ଇତ୍ୟାଦି ପ୍ରସଙ୍ଗ ଉପରେ ନିରବଚ୍ଛିନ୍ନ ଭାବ୍ରେ ଐକ୍ୟବଦ୍ଧ ଲଢେଇ ଆବଶ୍ୟକ ବୋଲି ସେ କହିଥିଲେ । ସଭା ପୁର୍ବରୁ ଶୀବାଜୀ ପଟ୍ଟାନାୟକଙ୍କ ତ୍ୟାଗ ଓ ସଂଘର୍ଷର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ସାରା ଓଡିଶାରୁ ଏବଂ ରାଜଧାନୀରୁ ବହୁ ରାଜନୈତିକ ଦଳର ନେତୃବୃନ୍ଦ, ବୁଦ୍ଧିଜିବୀ ଏବଂ ପ୍ରଗତୀ କାମି ଜନ ସାଧାରଣ ବହୁ ସଂଖ୍ୟାରେ ଏହି ସ୍ମାରକୀ ବକ୍ତୃତା ସଭାରେ ଯୋଗ ଦେଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now