ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ଜିନ୍ନତ୍ । ଶନିବାର ଦିନ ଗୋଟିଏ ଇଞ୍ଜେକସନ ଗୁଳି କରି ଥିବା ବନ୍ ବିଭାଗ ଜିନ୍ନତକୁ 3ଟି ନିଦ ଇଞ୍ଜେକସନ ଗୁଳି କରିଥିଲେ।ଶିମିଳିପାଳ ଅଭୟାରଣ୍ୟର ବାଘୁଣୀ ଜିନ୍ନତକୁ ରାଜ୍ୟ ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲା ରାଣୀ ବାନ୍ଧ ଜଙ୍ଗଲରେ ଟ୍ରାଙ୍କୁଲାଇଜ କରାଯାଇଛି। ଏନେଇ ଜିନ୍ନତକୁ ଧରିଥିବା ବନ ବିଭାଗ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ପଶ୍ଚିମବଙ୍ଗକୁ ଯାଇଥିବା ବାଘୁଣୀ ଜିନ୍ନତକୁ ବନ ବିଭାଗ ଟିମ ପଶ୍ଚିମବଙ୍ଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ ଟ୍ରାଙ୍କୁଲାଇଜ କରିଛନ୍ତି। ତାହାକୁ କାବୁ କରି ପିଞ୍ଜରା ରଖାଯାଇଥିବା ବେଳେ ଖୁବଶୀଘ୍ର ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଅଣାଯିବ ବୋଲି ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଜିନ୍ନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ଗତ ଡିସେମ୍ବର ୮ ତାରିଖରେ ଶିମିଳିପାଳରୁ ଜିନ୍ନତ ଝାଡ଼ଖଣ୍ଡ ର ଜମସେଦ ପୁର ଅଞ୍ଚଳ ସ୍ଥିତ ଜଙ୍ଗଲ ଯାଇଥିଲା। ସେଠାରେ କିଛିଦିନ ବୁଲିବା ଓଡ଼ିଶା ନ ଫେରି ରାଜ୍ୟ ପଶ୍ଚିମବଙ୍ର ଝାଡ ଗ୍ରାମ ଜଙ୍ଗଲ ଓ ପରେ ପୁରୁଲିଆ ଜିଲ୍ଲା ସ୍ଥିତ ଜଙ୍ଗଲ ଚାଲି ଯାଇଥିବା ପରେ ବାଙ୍କୁଡା ଜିଲ୍ଲା ସ୍ଥିତ ରାଣୀବନ୍ଧ ଜଙ୍ଗଲରେ ଆଜି ବାଘୁଣୀ ଜିନ୍ନତ୍ ଟ୍ରାଙ୍କୁଲାଇଜ କରି କାବୁ କରାଯାଇଛି। ଜିନ୍ନତକୁ ଶିମିଳିପାଳ ଫେରାଇ ଆଣିବାକୁ ବନ ବିଭାଗର ୧୨୦ ଜଣ ଏକ ଟିମ୍ ଲାଗିଥିଲା। ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଦୁଇଟି ମଇଁଷିର ଲୋଭ ଦେଖାଇ ଥିଲା ବନ ବିଭାଗ। 2 ଟି ମଇଁଷି ଶିକାର କରିବା ଲୋଭରେ ଘଞ୍ଚ ଜଙ୍ଗଲରୁ ପଦାକୁ ବାହାରିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବନ କର୍ମଚାରୀ ମାନେ ତାକୁ ଟ୍ରାଙ୍କୁଲାଇଜ କରିବାକୁ ସକ୍ଷମ ହୋଇଛନ୍ତି ଏବେ ଜିନ୍ନତ୍ କୁ ଏକ ସୁରକ୍ଷିତ ଜାଗାରେ ନିଆ ଯାଉଛି ଏବେ ତାକୁ ପୁଣି ଶିମିଳିପାଳ ପଠାଇ ବା ପାଇଁ ବ୍ୟବସ୍ଥା କରା ଯିବ ବୋଲି କହିଛନ୍ତି ବନ ବିଭାଗ ବରିଷ୍ଠ ଅଧିକାରୀ ଏସ କୁନାଲ ଭାଇ ଭାଲ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now