ଯୁବ ଭୋଟରଙ୍କ ସଂଖ୍ୟା ବଢ଼ାଇବାକୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ହେବ ସ୍ୱତନ୍ତ୍ର ଡ୍ରାଇଭ୍

Spread the love

ଭୁବନେଶ୍ୱର : ରାଜ୍ୟରେ ଯୁବ ଭୋଟରଙ୍କୁ ଯୋଡିବାକୁ ହେବ ସ୍ୱତନ୍ତ୍ର ଡ୍ରାଇଭ୍ । ଯୁବ ଭୋଟରଙ୍କ ସଂଖ୍ୟା ବଢ଼ାଇବାକୁ ରାଜ୍ୟ ନିର୍ବାଚନ ଅଧିକାରୀ କଲେଜସ୍ତରରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ଜଣାିଛନ୍ତି । ଅନ୍ୟ ବର୍ଗର ଭୋଟରଙ୍କ ତୁଳନାରେ ଯୁବ ବର୍ଗ ଭୋଟରଙ୍କ ସଂଖ୍ୟା କମ୍ । ଯୁବ ଭୋଟର ସଂଖ୍ୟା ବଢ଼ାଇବାକୁ ସଚେତନତା ଜରୁରୀ । ଯୋଗ୍ୟଙ୍କୁ ଭୋଟର ତାଲିକାଭୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ ଆବଶ୍ୟକ । ଆଡମିଶନ ଫର୍ମ ସହ ଭୋଟର ନାମ ସଂଯୋଗ ଫର୍ମ ଯୋଡିବାକୁ କୁହାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିଠି ପରେ ସବୁ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଓ ସରକାରୀ ଏବଂ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଛି । ଏଥିପାଇଁ ଆବଶ୍ୟକ ପଦକ୍ଷେପ ସହ ସ୍ପେଶାଲ ଡ୍ରାଇଭ ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

Leave a Reply

Your email address will not be published. Required fields are marked *