ସ୍ଥାନୀୟ ଲୋକଙ୍କୁ ସାବାସୀ ଦେଲେ ଏସଆରସି

Spread the love

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସ୍ଥାନୀୟ ଲୋକଙ୍କ ତ୍ୱରିତ ପଦକ୍ଷେପ ପାଇଁ ବହୁ ଜୀବନ ବଞ୍ଚିଗଲା ବୋଲି କହିଛନ୍ତି ଏସଆରସି ସତ୍ୟବ୍ରତ ସାହୁ ।

ସେ କହିଛନ୍ତି ସ୍ଥାନୀୟ ଲୋକଙ୍କ ସହ ସମସ୍ତେ ଲାଗିଯିବାରୁ ଅନେକ ଜୀବନ ବଞ୍ଚିଗଲା । ତ୍ୱରିତ ଉଦ୍ଧାର ଓ ଚିକିତ୍ସା ଯୋଗାଇବାରୁ ୧୨ଶହ ଲୋକଙ୍କ ଜୀବନ ବଞ୍ଚିଗଲା । ସ୍ଥାନୀୟ ଲୋକଙ୍କୁ ଯେତେ ସାବାସୀ ଦେଲେ ବି କମ୍ ହେବ- । ସ୍ଥାନୀୟ ଲୋକ, ଅଗ୍ନିଶମ ଟିମ୍, ଓଡ୍ରାଫ୍ ଟିମ୍ ପ୍ରଶଂସନୀୟ କାମ କରିଛନ୍ତି । ଠିକ୍ ସମୟରେ ଉଦ୍ଧାର ନହୋଇଥିଲେ ମୃତ୍ୟୁସଂଖ୍ୟା ବଢ଼ିଥାନ୍ତା ବୋଲି କହିଛନ୍ତି ଏସଆରସି ।

Leave a Reply

Your email address will not be published. Required fields are marked *