ଓଡ଼ିଶା

ଶ୍ରୀକ୍ଷେତ୍ର ମହୋତ୍ସବ ଉଦଘାଟିତ

(ପୁରୀ) ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଉଦଘାଟିତ ହୋଇଛି ଶ୍ରୀକ୍ଷେତ୍ର ମହୋତ୍ସବ। ଶ୍ରୀକ୍ଷେତ୍ରର ଲୋକକଳା ନୃତ୍ୟର ପ୍ରଚାର ପ୍ରସାର ପାଇଁ ମହୋତ୍ସବର ପରିକଳ୍ପନା। ଉଦଘାଟନୀ ଦିବସରେ ଦୋଳମଣ୍ଡପ ସାହି ଆଖଡ଼ା ପକ୍ଷରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପାରମ୍ପାରିକ ନୃତ୍ୟ, ଗୀତ ଏବଂ ବାଦ୍ୟ ଦେଖିବାକୁ ମିଳିଥିଲା ଏହି ମହୋତ୍ସବରେ। ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଏହି ମହୋତ୍ସବରେ ଯୋଗଦେଇଥିଲେ।‌

ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଉଦଘାଟିତ ହୋଇଛି ଶ୍ରୀକ୍ଷେତ୍ର ମହୋତ୍ସବ। ମୁକ୍ତାକାଶ ରଙ୍ଗମଞ୍ଚରେ ଶ୍ରୀକ୍ଷେତ୍ରର ବିଭିନ୍ନ ପାରମ୍ପାରିକ ଲୋକକଳା ଏବଂ ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା। ଆଠ ସାହି ଆଖଡ଼ା ପକ୍ଷରୁ ପାରମ୍ପରିକ ନୃତ୍ୟ ପରିବେଷଣ ସହ କୁରୁଲିଆ ନୃତ୍ୟ, ଲିଟିଲ୍ ଷ୍ଟାର୍ ଗ୍ରୁପ ପକ୍ଷରୁ ଆକର୍ଷଣୀୟ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା। ଉଦଘାଟନୀ ସନ୍ଧ୍ୟାକୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ। ଶ୍ରୀକ୍ଷେତ୍ର ମହୋତ୍ସବ ଶ୍ରୀକ୍ଷେତ୍ରର କଳା ସଂସ୍କୃତି ପ୍ରଚାର ପ୍ରସାର ଦିଗରେ ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଆଗାମୀ ଦିନରେ ଆହୁରି ଲୋକପ୍ରିୟତା ହାସଲ କରିବ ବୋଲି ମତ ରଖିଛନ୍ତି ବିଧାୟକ।

ଉଦଘାଟନୀ ସନ୍ଧ୍ୟା ପୂର୍ବରୁ ଦୋଳମଣ୍ଡପ ସାହି ଆଖଡା ପକ୍ଷରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ଜହ୍ନି ମୁଣ୍ଡିଆରୁ ବାହାରି ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ପାରମ୍ପରିକ ସାହି ଯାତ, ନାଗା, ମେଢ଼, ଦୁଲଦୁଲି, ଘଣ୍ଟୁଆ, ଯୋଡ଼ି ଶଙ୍ଖ ଓ ଅନ୍ୟାନ୍ୟ ସମରକଳା ସହିତ ଗୁଣ୍ଡିଚା ମନ୍ଦିର ପାଖ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ପହଞ୍ଚିଥିଲା। ମହୋତ୍ସବ ସହିତ ପଲ୍ଲିଶ୍ରୀ ମେଳା ମଧ୍ୟ ଆୟୋଜନ କରାଯାଇଥିବା ବେଳେ ଏହାକୁ ପୁରୀ ବିଧାୟକ ଓ ଜିଲ୍ଲାପାଳ ଉଦଘାଟନ କରିଥିଲେ।  

କୋଭିଡ କଟକଣା ହଟିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ବେଶ୍ ଆଡମ୍ବର ସହକାରେ ଆୟୋଜିତ କରୁଛି । ଆସନ୍ତା ୩୧ ତାରିଖରେ ମହୋତ୍ସବ ଉଦଯାପିତ ହେବ।

 ଶିବପ୍ରସାଦ ଦାସଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button