ଓଡ଼ିଶା

ସୂର୍ଯ୍ୟ ପରାଗ ପାଇଁ ଯଥେଷ୍ଟ ପୂର୍ବରୁ ଶ୍ରୀ ମନ୍ଦିରର ସମସ୍ତ ନୀତି ହେବ ସମ୍ପନ୍ନ

ପୁରୀ:  ଆସନ୍ତା ଦୀପାବଳି ଲାଗି ଶ୍ରୀ ମନ୍ଦିର ରେ ଶ୍ରୀ ଜୀଉ ଙ୍କ ନୀତିକାନ୍ତି ଚୂଡାନ୍ତ।  ଦୀପାବଳି ରେ ସୂର୍ଯ୍ୟ ପରାଗ ହେତୁ ଏହାର ଯଥେଷ୍ଟ ପୂର୍ବରୁ ଶ୍ରୀ ମନ୍ଦିର ର ସମସ୍ତ ନୀତି ଶେଷ କରିବା ଲାଗି ଗତକାଲି ଏକ ବୈଠକ କରି ନିଆଯାଇଛି ନିଷ୍ପତି। ସେପଟେ ଦୀପାବଳି ଅମାବାସ୍ୟା ରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବଡ ବଡ଼ିଆ ଡାକିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ମଙ୍ଗୁ ମଠ ନିକଟ ଏବଂ କାକୁଡି ଖାଇ ଛକ ରୁ ଶ୍ରୀ ମନ୍ଦିର ନିକଟରେ ଥିବା ସ୍ଥାନ ରେ କୁ ଚି଼ହ୍ନଟ କରାଯାଇଛି L ସୂର୍ଯ୍ୟ ପରାଗ ଯୋଗୁ ୨୫ତାରିଖ ପରିବର୍ତ୍ତେ ୨୪ତାରିଖ ଦିନ ସମସ୍ତେ ଭକ୍ତ ଓ ଶ୍ରଦ୍ଧାଳୁ ପିତୃ ପୁରୁଷ ଙ୍କ ଉଦେଶ୍ୟ ରେ ବଡ ବଡ଼ିଆ ଡାକିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଆସନ୍ତା ୨୫ତାରିଖ କେତୁ ଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟ ପରାଗ ପାଇଁ ଶ୍ରୀଜୀଉଙ୍କ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀକାନ୍ତି ପ୍ରସ୍ତୁତ କରାଯାଇଛି। ୨୪ତାରିଖ ମଧ୍ୟ ରାତ୍ରି ୧୨ଟା ୧୦ମିନିଟ ରୁ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି କରାଯାଇ ମଙ୍ଗଳଆଳତୀ, ମଇଲମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଅନୁଷ୍ଠିତ ହେବା ସହ ରାଧା ଦାମୋଦର ବେଶ, ଗୋପାଳ ବଲ୍ଳଭ, ସକାଳ ଧୂପ ତଥା ବାଳଧୁପ ନୀତି କରାଯିବ।ଏହାପରେ  ଅମାବାସ୍ୟା ଶ୍ରୀ ନାରାୟଣ ସାଗର ବିଜେ ନିତୀ କରିବା ସହ ଭୋର ୪:୫୫ ମିନିଟ ସୁଦ୍ଧା ଭୋଗ ମଣ୍ଡପ ନିତୀ ଶେଷ କରିବାକୁ  ନିଷ୍ପତି ନିଆଯାଇଛି |ଭୋର ୪:୫୭ମିନିଟ ଠାରୁ ପାକ ତ୍ୟାଗ ଓ ଦେବ ନିତୀ ନିଷେଧ ହେବା  ସହ ସନ୍ଧ୍ୟା ୬:୨୬ ମିନିଟ ୫୨ ସେକେଣ୍ଡ ରେ ଗ୍ରହଣ ସର୍ବ ମୋକ୍ଷ ହେବ।ଏହାସହ ୨୫ ତାରିଖ ଦିନ ସୂର୍ଯ୍ୟପରାଗ  ନୀତି କିଭଳି ଶୃଙ୍ଖଳିତ ଭାବେ ହେବ ସେ ନେଇ ମଧ୍ୟ ଆଲୋଚନା କରାଯାଇଛି।

ସେହିପରି ଦୀର୍ଘ ଦୁଇ ବର୍ଷ ପରେ ପୁରୀ ଶ୍ରୀ ମନ୍ଦିର ସମୁଖ ରେ ବଡ ବଡ଼ିଆ ଡାକିବା ଲାଗି ପ୍ରଶାସନ ପକ୍ଷରୁସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଅମାବାସ୍ୟା ରେ ପ୍ରତେକ ବର୍ଷ ହଜାର ହଜାର ସଂଖ୍ୟକ ଭକ୍ତ ଶ୍ରୀ ମନ୍ଦିର ସମୁଖ ରେ ନିଜ ପିତୃ ପୁରୁଷ ଙ୍କ ଉଦେଶ୍ୟ ବଡ ବଡ଼ିଆ ଡାକିଥାନ୍ତି । କୋଭିଡ ଯୋଗୁ ଦୁଇ ବର୍ଷ ହେବ ଏହା ବନ୍ଦ ରହିଥିବା ରୁ ଚଳିତ ବର୍ଷ ପ୍ରବଳ ଭକ୍ତ ଙ୍କ ସାମଗମ କୁ ଦୃଷ୍ଟି ରେ ରଖି ଶ୍ରୀ ମନ୍ଦିର ନିକଟରେ ଦୁଇଟି ସ୍ଥାନ ମଙ୍ଗୁ ମଠ ନିକଟ ଏବଂ କାକୁଡି ଛକ ନିକଟ ଶ୍ରୀ ମନ୍ଦିର କୁ ଯିବା ରାସ୍ତା ଚିନ୍ହଟ କରାଯାଇଛି। ଭକ୍ତ ଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ବ୍ୟାପକ ପଦକ୍ଷେପ ନିଆଯାଇଛି।

ଚଳିତ ବର୍ଷ ଦୀପାବଳି ରେ ସୂର୍ଯ୍ୟ ପରାଗ ହେତୁ ଶ୍ରୀ ମନ୍ଦିର ନୀତିକାନ୍ତି ରେ କୌଣସି ପ୍ରଭାବ ପଡୁନଥିବା ବେଳେ ଶ୍ରୀ ମନ୍ଦିର ସମୁଖ ରେ ବଡ ବଡ଼ିଆ ଡାକିବା ଲାଗି କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା।

ପିଣ୍ଟୁ ସାହୁ ଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button