ଛୁରାମାଡ ଘଟଣା: ମୃତକଙ୍କ ପରିବାରକୁ ଅନୁକମ୍ପା ଦାବି ଜୋରଦାର

ନୂଆପଡା: ଅକ୍ଟୋବର ମାସ ୫ ତାରିଖ ନୂଆପଡା ଜିଲ୍ଲା ଖଡିଆଳ ସହର ସ୍ଥିତ ପୁଟୁପଡାରେ ଛୁରାମାଡ ଘଟଣାରେ ମୃତକ ପରିବାରକୁ ଅନୁକମ୍ପା ରାଶି ସହ ଗୁରୁତର ଯୁବକଙ୍କୁ ଚିକିତ୍ସା ସହାୟତା ଦାବି ଜୋର ଧରିଛି। ଏହି ଛୁରାମାଡ ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଯୁବକ ଆହତ ହୋଇ ରାୟପୁରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ଅକ୍ଟୋବର ମାସ ୫ ତାରିଖ , ସମୟ ରାତି ୯ଟା । ସାମାନ୍ୟ କଥାକୁ କେନ୍ଦ୍ର କରି ପୁଟୁପଡାର ସୁରେନ୍ଦ୍ର ଶବର ଏବଂ ଦେବେନ୍ଦ୍ର ଶବରଙ୍କୁ ଛୁରାମାଡ କରିଥିଲେ ସାହୁପଡାର ସାଗର ସାହୁ ଏବଂ ନିରାକାର ସାହୁ । ତାଙ୍କୁ ବଞ୍ଚାଇବାକୁ ଯାଇ ପ୍ରଭା ଶବର ନାମକ ଯୁବକ ଆକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଥିଲେ । ଘଟଣାକୁ ନେଇ ଖଡିଆଳ ପୋଲିସ ତଦନ୍ତ କରି ସାଗର ଏବଂ ନିରାକାରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ହେଲେ ଵର୍ତମାନ ମଧ୍ୟ ସୁରେନ୍ଦ୍ର ଏବଂ ଦେବେନ୍ଦ୍ର ରାୟପୁରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ପରିବାରକୁ ଅନୁକମ୍ପାରାଶି ଓ ଗୁରୁତରଙ୍କୁ ଚିକିସ୍ସା ସେବା ଯୋଗାଇବା ଆଦି ଦାବିରେ ଖଡିଆଳ ଵ୍ଲକ ଅଫିସ ଘେରାଉ ସହ ୩୫୩ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ ବିଶ୍ଵାବସୁ ଶବର ସମାଜ ଏବଂ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ।
ଶତାଧିକ ଆଦିବାସୀ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୁଟୁପଡାରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା ପରେ ବ୍ଲକ ଅଫିସ ସମ୍ମୁଖରେ ପହଚିଂ ଥିଲା । ପରେ ଆନ୍ଦୋଳନ କାରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ ଅଫିସ ପରିସରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୋଲିସ ଏବଂ ଆନ୍ଦୋଳନକାରୀ କଂ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଲିଥିଲା । ସେପଟେ ୧୫ ଦଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖଡିଆଳ ବିଡିଓଙ୍କୁ ଏକ
ଦାବୀ ପୂରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ବିମଳ ସିଂ ଦଳପତିଙ୍କ ରିପୋର୍ଟ