ଓଡ଼ିଶା

ମିଶିଲେ ଷ୍ଟାର ଦମ୍ପତି

() ପୁଣି ଏକାଠି ରହିବେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରେୟା ମିଶ୍ର। କିଛି ଦିନ ଧରି ଲାଗି ରହିଥିବା ଦାମ୍ପତ୍ୟ ଜୀବନର ଝଡ଼କୁ ଭୁଲି ଏକାଠି ରହିବାକୁ ମନ ସ୍ଥିର କରିଛନ୍ତି ହ୍ୟୁମାନ ଏବଂ ଶ୍ରେୟା । ଆଜି ଦ୍ବିତୀୟ ଥର ୩ ଘଣ୍ଟାର କାଉନସେଲିଂ ପରେ ଉଭୟ ମହିଳା ଥାନାରୁ ବାହାରି ନିଜ ନିଜର ଭୁଲ ସ୍ୱୀକାର କରିବା ସହ ସବୁ ସମସ୍ୟାର ଆପୋସ ସମାଧାନ ହୋଇଛି ବୋଲି କହିଛନ୍ତି । ସେପଟେ ମାସେ ଭିତରେ ଶ୍ରେୟା ନିଜ ଶାଶୁ ଘର କୁ ଫେରିବେ ବୋଲି ସୂଚନା ଦେଇଛନ୍ତି ଏସିପି ।

ଏଣିକି ଏକାଠି ରହିବେ କଣ୍ଠଶିଳ୍ପୀ ହୁମ୍ୟାନ ସାଗର ଏବଂ ପତ୍ନୀ ଶ୍ରେୟା ମିଶ୍ର । ଗଣମାଧ୍ୟମ ସମ୍ମୁଖରେ ଉଭୟ ଉଭୟ ଙ୍କ ବିରୁଦ୍ଧରେ ଆରୋପ ପ୍ରତ୍ୟାରୋପ କରୁଥିବା ପତି ପତ୍ନୀ ଏବେ ସବୁ ସମସ୍ୟାର ସମାଧନ କରି ଏକାଠି ରହିବାକୁ ମନ ସ୍ଥିର କରିଛନ୍ତି। ସୋମବାର ଦ୍ବିତୀୟ ଥର କାଉନସେଲିଂ ପାଇଁ ଉଭୟ ମହିଳା ଥାନାରେ ପହଞ୍ଚିଥିଲେ । ଉଭୟଙ୍କୁ ତିନି ଘଣ୍ଟା ଧରି କାଉଁସିଲିଂ କରାଗଲା ପରେ ନିଜର ଭୁଲ କୁ ସ୍ୱୀକାର କରି ଏକାଠି ରହିବେ ବୋଲି ଥାନା ଅଧିକାରୀଙ୍କ ଆଗରେ ରାଜି ହୋଇଥିଲେ। ଏବଂ ଥାନା ରୁ ବାହାରିବା ପରେ କହିଛନ୍ତି ଏକ ଭୁଲ ବୁଝାମଣା ଥିଲା । ଆପୋସ ବୁଝାମଣା ରେ ସମାଧନ ହୋଇଯାଇଛି ।

କିଛି ଦିନ ପୂର୍ବରୁ  ପତ୍ନୀ ଶ୍ରେୟା ପ୍ରଥମେ ପାରିବାରିକ ହିଂସା, ନିର୍ଯାତନା ଓ ଧର୍ମ ପରିବର୍ତ୍ତନର ସଙ୍ଗିନ  ଅଭିଯୋଗ ନେଇ ହ୍ୟୁମ୍ୟାନଙ୍କ ବିରୁଦ୍ଧରେ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ । ତେବେ ମହିଳା ଥାନାରେ କାଉନସେଲିଂ ପରେ ଉଭୟ ଏକତ୍ର ବସବାସ କରିବେ । ଏକ ମାସ ମଧ୍ୟରେ ଉଭୟ ପରିବାର ଆଲୋଚନା କରି ଭଲ ଦିନ ଓ ତିଥି ଦେଖି ଶ୍ରେୟାଙ୍କୁ ଶାଶୁଘରକୁ ଛାଡ଼ନ୍ତୁ ବୋଲି କହିଛନ୍ତି ଏ ସିପି ।

ସିଙ୍ଗର ଷ୍ଟାରଙ୍କ ବିବାଦ ତୁଟିବା ପରେ  ଫ୍ୟାନସଙ୍କ ଭିତରେ ଖୁସି ଦେଖିବାକୁ ମିଳିଛି ।

ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button